Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ହୁକିଟୋଲାରୁ ପିକ୍‌ନିକ୍ ସାରି ଫେରୁଥିବାବେଳେ ଡଙ୍ଗା ବୁଡି ଘଟଣା : ୭ଶିଶୁଙ୍କ ସମେତ ୯ମୃତ, ଜଣେ ନିଖୋଜ

3/01/2019 at 8:15 AM

କେନ୍ଦ୍ରାପଡା ୦୩|୦୧: ନୂଆବର୍ଷରେ ପିକ୍‌ନିକ୍ ହେଲା କାଳ । ହୁକିଟୋଲାରେ ପିକ୍‌ନିକ୍ ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ୯ ଜଣ ପ୍ରାଣ ହରାଇଛନ୍ତି । ଡଙ୍ଗା ବୁଡ଼ି ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି । ଜଣେ ଏବେବି ନିଖୋଜ ଅଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବତୀଘର ନିପାଣିଆଠାରେ ଏହି ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି । ସେମାନେ ହଲେ ହସିଣା ଗ୍ରାମର ଅନୁ ତରାଇ,  ତାଙ୍କ ପୁଅ ଆୟୁଷ , ରୋଜି ସାହୁ ଓ ଧୁନା ସାହୁ,  ପ୍ରଭାତୀ ସ୍ବାଇଁ, ଇସାନ ଦଳାଇ, ପିନୁ ସ୍ବାଇଁ,  ଖୁସି ପାଣି, ଦେବାଶିଷ ସାହୁ । ଅନ୍ୟଜଣେ ଶିଶୁ ମୀନୁ ସ୍ବାଇଁ ନିଖୋଜ ଥିବାର ଜଣାପଡିଛି ।

ସୂଚନା ଅନୁସାରେ ନୂଆବର୍ଷରେ ପିକ୍‌ନିକ୍ ପାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଂଚାୟତର ହସିଣା ଗାଁର ୫୫ଜଣ ଯାତ୍ରୀ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ପାରାଦ୍ବୀପଠାରୁ ହୁକିଟୋଲାକୁ ଯାଇଥିଲେ ପିକ୍‌ନିକ୍ ପାଇଁ । ସେମାନେ ହୁକିଟୋଲାରେ ବଣଭୋଜି କରି ଫେରିବା ସମୟରେ ଏହି ଅଘଟଣ ଘଟିଛି । ହୁକିଟୋଲା ବଙ୍ଗୋପସାଗର ଚଟକାରୁ ବତୀଘର ଦେଇ ମହାନଦୀ ମୁହାଣକୁ ଆସିବା ବାଟରେ ନିପାଣିଆଠାରେ ଜଣେ ସ୍ତ୍ରୀ ଲୋକ ଶୌଚ ହେବାକୁ ଡଙ୍ଗା ରଖିବାକୁ କହିଥିଲେ । ସ୍ତ୍ରୀ ଲୋକଙ୍କ ସହିତ ଆଉ ଚାରିଜଣ ମଧ୍ୟ କୂଳକୁ ଆସିଥିଲେ । ଶୌଚ ସାରି ଡଙ୍ଗାରେ ସେମାନେ ଚଢିଥିଲେ । କୂଳରୁ ଡଙ୍ଗାକୁ ଠେଲି ଦେବା ସମୟରେ ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଆବଶ୍ୟକତାଠାରୁ ଯାତ୍ରୀ ଅଧିକ ଥିବାରୁ ଏକପାଖିଆ ହୋଇଯାଇଥିଲା । ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା । ଏହି ଦୁର୍ଘଟଣା ସଂଧ୍ୟା ପ୍ରାୟ ୬ଟାରୁ ସାଢେ ୬ଟା ମଧ୍ୟରେ ଘଟିଥିଲା । ନଦୀରେ ସେହି ସମୟରେ ଜୋରରେ ଜୁଆର ଥିବାରୁ ପାଣି ଶ୍ରୋତରେ ଭାସିଯାଇଥିଲେ ୧୦ ଜଣ ଯାତ୍ରୀ ।

ସ୍ଥାନୀୟ ନିପାଣିଅ ଗ୍ରାମବାସୀ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କାମରେ ଲାଗି ପଡିଥିଲେ । ଛୋଟ ଡଙ୍ଗା ସାହାଯ୍ୟରେ ୪୫ଜଣଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପ୍ରଥମେ ବତୀଘର ବନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ୯ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ଗମନାଗମନ ଅପହଞ୍ଚ ଯୋଗୁଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚିବାକୁ ବିଳମ୍ବ ହୋଇଥିଲା ।

ଘଟଣା ସ୍ଥଳରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥି ଶତପଥୀ , ଏସ୍‌ପି ନିତି ଶେଖର ପଂହଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ଖାଦ୍ୟ ସହ ଶୀତବସ୍ତ୍ର ପ୍ରଦାନ କରିଥିଲେ । ତେବେ ପର୍ଯ୍ୟଟନ ଋତୁରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ମୁଣ୍ଡରେ ଚେତା ପଶୁନି ।

   Related Posts