ନଅଟି ଛୁଆର ମାଆ ଅନ୍ୟଜଣେ ଯୁବକଙ୍କ ସହ ହେଲା ଫେରାର, ସ୍ତ୍ରୀକୁ ଫେରାଇଆଣିବାକୁ ଥାନାରେ ଆକୁଳ ନିବେଦନ କଲା ସ୍ବାମୀ

Published By : Prameya-News7 Bureau | January 30, 2019 IST

ହରିଦ୍ଵାର ୩୦/୧- ବିବାହ ଭୋଜିକୁ ଯୋଗଦେବାକୁ ଯାଇଥିବା ମହିଳା ପ୍ରେମୀସହ ହୋଇଛି ଫେରାର ।  ଫେରାର ହୋଇଥିବା ନଅଟି ଛୁଆର ମାଆକୁ ଫେରାଇ ଆଣିବାକୁ ସ୍ଵାମୀ ଥାନାଧିକାରୀଙ୍କ ପାଖରେ କରିଛି ପ୍ରାର୍ଥନା ।

ଏହିଭଳି ଘଟଣା  ଘଟିଛି ଉତ୍ତରାଂଚଳ ହରିଦ୍ଵାରରେ । ଜଣେ ମହିଳା ପ୍ରେମୀସହ ହୋଇଛି ଫେରାର । ଡ଼େରାଡ଼ୁନର ଏକ ବିବାହ ଭୋଜିକୁ ଯୋଗଦେବାକୁ ଯାଇଥିବା ଏହି ମହିଳା ଘରକୁ ଫେରି ନଥିଲା । ମହିଳାଙ୍କର ନଅଟି ପିଲାଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀ । ଡ଼େରାଡ଼ୁନ ରାୟପୁରର ଜଣେ ଯୁବକଙ୍କ ସହ ପଳେଇଯାଇଥିବା ନେଇ ତାଙ୍କ ସ୍ବାମୀ ଥାନାରେ ଆଣିଥିଲେ ଅଭିଯୋଗ ।  

ମହିଳାଙ୍କୁ ଫେରାଇ ଆଣିବାକୁ ତାଙ୍କ ସ୍ଵାମୀ ଥାନାଧିକାରୀଙ୍କୁ କରିଛନ୍ତି ନିବେଦନ । ନଅଟି ପିଲାଙ୍କୁ ସମ୍ଭାଳିବା ଓ  ଦାୟିତ୍ଵନେବା ତାଙ୍କ ପକ୍ଷେ କଷ୍ଟକର ବୋଲି କହିଛନ୍ତି ତାଙ୍କ ସ୍ଵାମୀ ।

ସେ  ଫେରୁପୁର ଥାନାଧିକାରୀଙ୍କ ପାଖରେ  ମାମଲା ଦାୟର କରିବା ବଦଳରେ କରିଛନ୍ତି ଆକୁଳ ନିବେଦନ । ସ୍ତ୍ରୀକୁ ଫେରାଇଆଣିବାକୁ  ସେ ଥାନାଧିକାରୀଙ୍କୁ କହିଥିବା ଜଣାଯାଇଛି ।

ଅପରପକ୍ଷରେ ଫେରାର ପ୍ରେମୀଯୁଗଳଙ୍କୁ ଠାବ କରିପାରିନି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.