ଅଙ୍ଗାଡିଆ ସ୍କିମ୍‌ର ମେଗା ଠକେଇରେ ପୋଲିସ କର୍ମଚାରୀ ମାଷ୍ଟରମାଇଣ୍ଡ : ୯ ଗିରଫ, କୋଟିଏ ଟଙ୍କା ଜବତ

Published By : Prameya-News7 Bureau | April 28, 2021 IST

ଭୁବନେଶ୍ବର ୨୮।୪: ଅଙ୍ଗାଡିଆ ସ୍କିମ ନାଁରେ ଠକେଇ । କୋଟିଏ ଟଙ୍କା କ୍ୟାସ୍‌ ଦେଲେ ଆକାଉଣ୍ଟକୁ ଯିବ ଦେଢ କୋଟି । ଏଭଳି ଏକ କାରବାର ଚାଲିଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ୩ ପୋଲିସ କର୍ମଚାରୀଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟବସାୟୀଙ୍କ ସୂଚନା ଅନୁସାରେ ଜବତ ହୋଇଛି ୪୦ ପ୍ୟାକେଟ୍ ଟଙ୍କା ବିଡା । ଯେଉଁଥିରେ ପାଖାପାଖି କୋଟିଏ ଟଙ୍କା ଥିଲା ।

୩ ପୋଲିସ କର୍ମଚାରୀ ହେଲେ ଭୁବନେଶ୍ବର UPDର ଦିଲୀପ ପୃଷ୍ଟି ଓ ସନ୍ଦୀପ ପୃଷ୍ଟି ଏବଂ କଟକ UPDର ପ୍ରଫୁଲ ଭୂୟାଁ । ଏମାନଙ୍କ ନିକଟରୁ ୯ଟି ପ୍ୟାକେଟରୁ ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଦଲାଲ୍‌ଙ୍କ ସହ ମିଶି ନକଲି ପୋଲିସ ରେଡ୍‌ କରି ଟଙ୍କା ହଡପ କରିଥିଲେ ।

କରଞ୍ଜିଆର ବ୍ୟବସାୟୀ କମଲ୍‌ ଶାହାକୁ ଠକିବାକୁ ହୋଇଥିଲା ଯୋଜନା । ଫରେଷ୍ଟ ପାର୍କ ନିକଟରେ ଥିବା ଏକ ହୋଟେଲରେ ଡିଲ୍‌ ଚାଲିଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଛି । ଏହି ଘଟଣାରେ ଅନ୍ୟ କିଛି ପୋଲିସ ଓ ଦଲାଲ ଫେରାର ଥିବା ଡିସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.