ଡକାୟତି ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ, ୯ ଦୁର୍ଦ୍ଦାନ୍ତ ଡକାୟତ ଗିରଫ
7/12/2020 at 5:14 PM

ସୋର ୭।୧୨: ଡକାୟତି ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଘଟଣାରେ ୯ ଜଣ ଦୁର୍ଦ୍ଦାନ୍ତ ଡକାୟତ ଗିରଫ । ଖବର ନେବାରୁ ଜଣାପଡିଛି ଯେ, ନଭେମ୍ବର ମାସ ୨୮ ତାରିଖ ରାତିରେ ବାଲେଶ୍ବର ଜିଲ୍ଲା ସୋର କୁପାରୀ ରାସ୍ତା ପିତାକାଳିଆ ଛକ ନିକଟରେ ଗ୍ରାମବାସୀ ଓ ଡକାୟତ ଗ୍ୟାଙ୍ଗ ମଧ୍ୟରେ ଖଣ୍ଡ ଯୁଦ୍ଧରେ ୪ ଜଣ ଗ୍ରାମବାସୀ ଆହାତ ହୋଇଥିଲେ ଏହି ଘଟଣାରେ ସୋର ପୋଲିସ କେନ୍ଦ୍ରାପଡ଼ା, କଟକ, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରୁ ଚଡାଉ କରି ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସୋର ପୋଲିସ ଧରିବାରେ ସଫଳ ହୋଇଛି ।
ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସହ ଦୁଇଟି ବନ୍ଧୁକ, ୪ଟି ବାଇକ୍, ସୁନା ଅଳଙ୍କାର ୭୦ ଗ୍ରାମ, ୨ଟି ଅଫୁଟା ଗୁଳି ଓ ମୋବାଇଲ ୯ଟି ଜବତ କରିଛନ୍ତି । ସୋର ଥାନା ଆଇଆଇସି ମଧୁମିତା ମହାନ୍ତିଙ୍କ ତତ୍ତ୍ବାବଧାନରେ ଏଏସଆଇ ପ୍ରତାପ କାଲୋ ଚଢାଉରେ ସାମିଲ ଥିଲେ । ତେବେ ଏହି ଦୁର୍ଦ୍ଦାନ୍ତ ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ସୂଚନା ମିଳିଛି । ଏମାନେ ଆନ୍ତଃରାଜ୍ୟ ଡକାୟତ ଥିବା ବେଳେ ଜଣେ ମହାରାଷ୍ଟ୍ର ଅଞ୍ଚଳର ବୋଲି ସୂଚନା ମିଳିଛି ।