ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର, ମିଳିଲାଣି ୫ଲକ୍ଷ ଟଙ୍କା : ଚାଲିଛି ଆହୁରି ଖୋଳତାଡ

Published By : Prameya-News7 Bureau | November 02, 2021 IST

ଭୁବନେଶ୍ବର ୨।୧୧: ଭିଜିଲାନ୍ସ ଜାଲରେ ତହସିଲଦାର । ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା ।

ଏହାପରେ ତହସିଲଦାରଙ୍କ କଟକ ସିଡିଏ ଘର ସହ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ଜଣେ ଆଡିସନାଲ ଏସ୍‌ପି ଏବଂ ୭ ଡିଏସ୍‌ପି ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.