Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜେଲ୍ ଗଲେ ତହସିଲଦାର ଓ ତାଙ୍କ ଭାଇ : ଦୁଇ ଜଣ ମିଳିମିଶି ହଡପ କରୁଥିଲେ ସରକାରୀ ଜମି

3/11/2021 at 11:02 AM

ନିମାପଡା ୩।୧୧: ଜେଲ୍ ଗଲେ କଳିଯୁଗର ରାମ-ଲକ୍ଷ୍ମଣ । ଦୁଇ ଭାଇ ମିଳିମିଶି ସରକାରୀ ଜମିକୁ ହଡପ କରୁଥିଲେ । ମଙ୍ଗଳବାର ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ଗିରଫ କରିଥିଲା ଭିଜାଲାନ୍ସ । ଏହାସହ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ତଦନ୍ତକାରୀ ଟିମ୍ । ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶଓ୍ବନ୍ତ ଜେଠୱା ସୂଚନା ଦେଇଛନ୍ତି ।

ଭିଜିଲାନ୍ସ ରେଡ୍‌ରେ ଫିଟିଛି ଦୁର୍ନୀତିଖୋର ତହସିଲଦାରଙ୍କ ଗୁମର ।  ଚତୁର ତହସିଲଦାର ନିଜ ନାଁରେ କରିଛନ୍ତି ୫ ପ୍ୟାନ୍ କାର୍ଡ । ସରକାରୀ ରେକର୍ଡରେ ଏହି ତହସିଲଦାରଙ୍କ ୩ ବାପା, ୫ଟି ଜନ୍ମ ତାରିଖ । ପୁରୀ ଜିଲ୍ଲା ନିମାପଡା ତହସିଲଦାର ସହ ସବ୍-ରେଜିଷ୍ଟ୍ରାର୍ ଦାୟିତ୍ବରେ ଥିବା ରାମଚନ୍ଦ୍ର ଜେନାଙ୍କ କାରନାମାର ଖବର ଥିଲା ଭିଜିଲାନ୍ସ ପାଖରେ । ମଙ୍ଗଳବାର ଭୋରରୁ ଆରମ୍ଭ ହୋଇଥିଲା ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ, କଟକ ଓ କେନ୍ଦ୍ରାପଡ଼ାରେ ଏକକାଳୀନ ଚଢ଼ାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ନିକଟରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା । ନିମାପଡା ସ୍ଥିତ ସରକାରୀ ବାସଭବନରୁ  ମିଳିଥିଲା ନଗଦ ୫୦ ହଜାର ଟଙ୍କା ।  

ପ୍ରଥମ ଥର ପାଇଁ ନୁହଁ ଏହା ପୂର୍ବରୁ ଦୁଇ ଦୁଇ ଥର ରାମଚନ୍ଦ୍ର ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିଲେ ।  ୨୦୧୧ରେ ଜାଗା ସେଟେଲମେଣ୍ଟ ବେଳେ ଧରାପଡିଥିଲେ କଟକ ଭିଜିଲାନ୍ସ ହାବୁଡାରେ । ମାମଲା ଏବେବି ବିଚାରାଧୀନ ରହିଛି । ୨୦୧୮ରେ ମଧ୍ୟ ଚାଷ ଜମିର କିସମ ପରିବର୍ତ୍ତନ ଅଭିଯୋଗରେ ଗିରଫ ହୋଇଥିଲେ । ବାରମ୍ବାର ଭିଜିଲାନ୍ସ ହାବୁଡାରେ ଫସିବା ପରେ ବି ସୁଧୁରିନଥିଲେ ରାମଚନ୍ଦ୍ର । ପୁଣି ଥରେ ଏଭଳି କାମ କରୁଥିବା ବେଳେ ଭିଜିଲାନ୍ସ ସେଲ୍ ତାଙ୍କୁ ଗିରଫ କରିଛି  ।  ରାମଚନ୍ଦ୍ରଙ୍କ କଟକ ସିଡିଏରେ ନିଜ ଘର, କେନ୍ଦ୍ରାପଡା ପୈତୃକ ଘର ଉପରେ ମଧ୍ୟ ଛାପା ମାରିଥିଲା ଭିଜିଲାନ୍ସ । ଫେକ୍ ପ୍ୟାନ୍ କାର୍ଡ ପଛରେ ତାଙ୍କର ଅନୈତିକ ଆର୍ଥିକ କାରବାର ଥିବା ଅନୁମାନ ।

   Related Posts