ଗିରଫ ହେଲେ ନିମାପଡ଼ା ତହସିଲ୍‌ଦାର୍‌, ଦୁର୍ନୀତି ଅଭିଯୋଗ ପରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ

Published By : Prameya-News7 Bureau | November 02, 2021 IST

ପୁରୀ, ୦୨/୧୧: ପୁରୀ ଜିଲ୍ଲା ନିମାପଡ଼ା ତହସିଲ୍‌ଦାର୍‌ ଏବଂ ତାଙ୍କ ଭାଇକୁ ଗିରଫ କରିିଛି ଭିଜିଲାନ୍ସ । ଦୁର୍ନୀତି ଅଭିଯୋଗ ପାଇ ଭିଜିଲାନ୍ସ ନିମାପଡ଼ା ତହସିଲ୍‌ଦାର୍‌ ରାମଚନ୍ଦ୍ର ଜେନା ଏବଂ ତାଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କ ଘରେ ରେଡ୍‌ କରିଥିଲା । ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା । ଏହା ପରେ ତାଙ୍କର କଟକ ସ୍ଥିତ ସିଡିଏ ଘର ସହିତ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ସର୍ଚ୍ଚ ଅପରେସନରେ ଜଣେ ଆଡିସନାଲ ଏସ୍‌ପି, ୭ ଡିଏସ୍‌ପି ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.