ନିମାପଡାରୁ ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

Published By : Prameya-News7 Bureau | August 22, 2018 IST

ପୁରୀ ୨୨/୮ : ପୁରୀ ଜିଲ୍ଲା ନିମାପଡ଼। ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦ।ଫାସ କରିଛି । ଗତ ଜୁଲାଇ ୧୭ ତାରିଖରେ ସ୍ଥାନୀୟ ଡିଏଭି ସ୍କୁଲ ନିକଟରୁ ଜଣେ ମହିଳାଙ୍କଠାରୁ ସୁନାଚେନ ଓ ମଙ୍ଗଳସୁତ୍ର ଲୁଟି ନେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ | ଚଳିତ ମାସ ୧୪ ତାରିଖରେ ନିମାପଡ଼। କେନାଳ ବନ୍ଧ ରାସ୍ତାରୁ ବଳଙ୍ଗା ଅଂଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟ କରିଥିଲେ | ଘଟଣାରେ ନିମାପଡ଼। ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫ ଟି ବାଇକ ,ସୁନାଚେନ ଓ ୭୨ ହଜାର ୮ ଶହ ଟଙ୍କା ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଆଜି ନିମାପଡ଼। ଜେଏମଏଫସିଙ୍କ ଅଦାଳତରେ ହାଜର କରିବା ପରେ ସେମାନଙ୍କୁ ନିମାପଡ଼। ସବ-ଜେଲକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.