କାଳେସୀର କଥାରେ ତୁଟି ଗଲା ସ୍ୱପ୍ନ, ତଥାପି ଭାଙ୍ଗିନି ଭୀମର ବିଶ୍ୱାସ : ଯୁଗ ସରିଲାଣି ତଥାପି ଅପେକ୍ଷା…

Published By : Prameya-News7 Bureau | July 07, 2020 IST

ନିମାପଡ଼ା ୦୭।୦୭: ଏକ ନିଆରା ପ୍ରେମିକ ପ୍ରେମର ପରିଣତି ଏମିତି ହେଲାଜେ । ଘର ପରିବାର ଠାରୁ ଦୂରରେ ଏକ ବଣ ଭିତରେ ଭଙ୍ଗା ଘରେ ଆଜକୁ ୧୨ ବର୍ଷ ହେଲା ବିତୁଛି ଜୀବନ । ବାହାର ଦୁନିଆ ବିଷୟରେ ସମ୍ପୂର୍ଣ ଅନଭିଜ୍ଞ । ସୂର୍ଯ୍ୟ-ଚନ୍ଦ୍ରଙ୍କୁ ଦେଖିବା ତ ଦୂରର କଥା କେବେ ହେଲେ ସେ ଅନୁଭବ କଲାନାହିଁ ବାହାରର ପାଣି ଓ ପବନ । ଗାଁ କାଳେସୀଙ୍କ ଅନ୍ଧ ବିଶ୍ବାସର ପରିଣତି ପାଗଳ କରିଦେଇଛି ଭୀମଙ୍କୁ । ସମସ୍ତଙ୍କର ଅତି ଆପଣାର ଚିହ୍ନା ମୁହଁଟି , ଆଜି ସମସ୍ତଙ୍କ ପାଇଁ ଅଚିହ୍ନା ପାଲଟିଯାଇଛି ।

ମାତ୍ର ୧୮ ବର୍ଷ ବୟସରେ ରାଜ ମିସ୍ତ୍ରୀଙ୍କ ସହିତ କାମ କରି ବାପା ବୋଊ ଓ ସାନ ଭଉଣୀ ସହିତ ବେଶ୍ ଆରାମରେ ଦିନ କଟୁଥିଲା ପିପିଲି ବାସୁଦେବପୁରର ଭୀମ ବେହେରାଙ୍କ ଜୀବନ  । କିଛି ଦିନ ପରେ ପରିବାର ଲୋକେ ଜାଣିବାକୁ ପାଇଲେ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଛନ୍ତି ଭୀମ ।  ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ବନ୍ଧୁତା ରେ ପରିଣତ କରିବାକୁ ସ୍ଥିର କରିଥିଲେ ।  ଉଭୟଙ୍କୁ ଭିବାହ କରିବାକୁ ଉଭୟ ପରିବାର ନିଷ୍ପତ୍ତି ମଧ୍ୟ ନେଇଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଆଉ କିଛି ରହିଥିଲା । ଯେପରି କେହି ନଜର ଲଗାଇଦେଇଥିଲା ଭୀମ୍‌ଙ୍କ ପ୍ରେମ ଜୀବନରେ  ।

ସେହି ଗ୍ରାମର ଜଣେ କାଳେସୀ ସବୁ କିଛି ଓଲଟ ପାଲଟ କରିଦେଇଥିଲେ । ଭୀମଙ୍କ ମା ଥିଲେ ଜଣେ ସରଳ ବିଶ୍ଵାସୀ ମହିଳା । ବିବାହ କଥାକୁ ଯେତେ ବେଳେ ଗାଁ କାଳେସୀଙ୍କୁ ପଚାରି ଥିଲେ ଭୀମଙ୍କ ମା ।  କାଳେସୀଙ୍କ ଉତ୍ତର ଥିଲା ଯେ, ତୋ ପୁଅ ଯଦି ଭଲ ପାଇ ବିବାହ କରିବ । ତେବେ ସବୁ ଅମଙ୍ଗଳ ହୋଇ ଛାରଖାର ହୋଇଯିବ ତୋ ପୁଅର ଜୀବନ ବୋଲି କହିଥିଲେ ।  ଅନ୍ଧ ବିଶ୍ବାସକୁ ବିଶ୍ବାସ କରି ବାହାଘର ଭାଙ୍ଗି ଦେଇଥିଲେ ବାପା ଓ ମା , ହେଲେ ଏ କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ଭୀମ । ଧୀରେ ଧୀରେ ମାନସିକ ଅବସ୍ଥା ତାଙ୍କର ବିଗିଡିବାକୁ ଲାଗିଥିଲା ।

କିଛି ଦିନ ପରେ ଯେତେ ବେଳେ ଜାଣିବାକୁ ପାଇଲେ ସେ ଝିଅ ଅନ୍ୟ କାହାକୁ ବିବାହ କରି ଦେଇଛି ।  ସେ କଥାକୁ ମନରେ ଝୁରି ଝୁରି ସମ୍ପୂର୍ଣ ମାନସିକ ସ୍ଥିତି ହରାଇ ବସିଥିଲେ ଭୀମ ବୋଲି କହିଛନ୍ତି ଭୀମଙ୍କ ବଡ ମା ।  ଏ ଘଟଣାକୁ ଏହାରି ଭିତରେ ୧୨ ବର୍ଷରୁ ଅଧିକ ସମୟ ବିତି ଯାଇଛି ମାନେ ଏକ ଯୁଗ ସରିଗଲାଣି । ଭୀମ ଙ୍କ ବାପା ଓ ମା ବି ଆରପାରିକୁ  ଚାଲିଗଲେଣି । ସାନ ଭଉଣୀର ବି ବାହାଘର ସରିଯାଇଛି , ହେଲେ ଏବେ ବି ଭୀମ  ଅନାଇ ବସିଛନ୍ତି ସେହି ଝିଅକୁ । ଦୀର୍ଘ ୧୨ ହେଲାଣି ଚାହିଁବସିଛନ୍ତି ତା ରାସ୍ତାକୁ  ।

ଭୀମ ଏବେ ପାଗଳ ଭାବେ ଗୋଟିଏ ବଣ ଭିତରେ ଥିବା ଭଙ୍ଗା ଘର ଭିତରେ ରହୁଛନ୍ତି । ଘର ଭିତର  ଅବସ୍ଥା ଏତେ ଖରାପ ଯେ, ଦୃଗନ୍ଧରେ ଆଖ ପାଖରେ ଛିଡା ହେବା କଷ୍ଟ କର ହୋଇ ଯାଏ ।  ଗାଁ ଆଶା ଦିଦିଙ୍କ ଠାରୁ ଆରମ୍ଭ କରି  ପଡୋଶୀ ଲୋକଙ୍କ ଆକୁଳ ନିବେଦନ କରୁଛନ୍ତି ଯେ, ସମସ୍ତ ସୁବିଧାରୁ ବଞ୍ଚିତ ଥିବା ଭୀମ ପରିବାରକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ  ସହିତ ଚିକିତ୍ସା କରାଗଲେ ଆଉ କିଛି ଦିନ ଭଲରେ ରହିପାରିବେ ଭୀମ ଓ ତାଙ୍କ  ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.