ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଲଙ୍କାକାଣ୍ଡ, ଥାନାର ଜିପ୍ ପୋଡ଼ିଦେଲେ ଗାଁ ଲୋକେ

Published By : Prameya-News7 Bureau | August 27, 2018 IST

ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଲଙ୍କାକାଣ୍ଡ । କଟକ ନେମାଳ ଥାନାର ଜିପ୍ ପୋଡ଼ିଦେଲେ ଗାଁ ଲୋକେ । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି । ତେଣୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି । ନରେନ୍ଦ୍ରପୁର ଗାଁର ୨ ସ୍କୁଲ୍ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହୋଇଥିଲା । ଯାହାକୁ କେନ୍ଦ୍ର କରି ବେହେରା ସାହି ଓ କାକୁଡ଼ିଆପଡ଼ା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ୭ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କଟିକଟା-ଜଇପୁର ରାସ୍ତା ଅବରୋଧ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ନେମାଳ ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସ ଜିପରେ ନିଆଁଲଗାଇ ଦେଇଥିଲେ । ଲୋକଙ୍କୁ ରାସ୍ତାରୁ ହଟାଇବା ପାଇଁ ପୋଲିସ ଲାଠି ଚାଳନା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.