ହାଇଦ୍ରାବାଦର ସେହି ରାଜକୁମାରୀ ଯାହାଙ୍କ ସୌନ୍ଦର୍ଯ୍ୟ ସାରା ବିଶ୍ବରେ ଥିଲା ଚର୍ଚ୍ଚାର ବିଷୟ,ହଲିଉଡରୁ ଆସିଥିଲା ଅଫର...

Published By : Prameya-News7 Bureau | August 20, 2020 IST

ଆପଣ ଏପରି ଅନେକ ରାଣୀ ଏବଂ ରାଜକୁମାରୀଙ୍କ ବିଷୟରେ ଶୁଣିଥିବେ,ଯେଉଁମାନେ ନିଜ ସୌନ୍ଦର୍ଯ୍ୟ ଯୋଗୁଁ ପ୍ରସିଦ୍ଧ ଥିଲେ। ତାଙ୍କର ସୌନ୍ଦର୍ଯ୍ୟ ଆଜି ବି ଇତିହାସ ପୃଷ୍ଠାରେ ଅମର ରହିଛି। ଏପରି କ୍ଷେତ୍ରରେ ଆଜି ଆମେ ଆପକଣଙ୍କୁ ଜଣେ ରାଜକୁମାରୀଙ୍କ ବିଷୟରେ କହିବାକୁ ଯାଉଛୁ,ଯାହାଙ୍କ ଗଣନା ବିଶ୍ବର ସବୁଠୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ହୋଇଥିଲା। କେବଳ ଏତିକି ନୁହେଁ ଏହି ରାଜକୁମାରୀଙ୍କୁ ହଲିଉଡରୁ ଫିଲ୍ମ ପାଇଁ ଅନେକ ଅଫର ମିଳିଥିଲା।

{"id":317630,"width":581,"height":454,"sizeSlug":"large"}

ତୁର୍କୀର ଓଟ୍ଟୋମନ୍ ରାଜବଂଶର ଶେଷ ରାଣୀ ନିଲୋଫରଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଇଥାଏ। ତାଙ୍କର ଜନ୍ମ ତୁର୍କୀର ରାଜଧାନୀ ଇସ୍ତାନବୁଲର ରାଜମହଲରେ ହୋଇଥିଲା। ନିଲୋଫରଙ୍କ ଜନ୍ମ ସମୟରେ ତୁର୍କୀର ରାଜପରିବାର ଶେଷ ନିଃଶ୍ବାସ ନେଉଥିଲା ଏବଂ ତାଙ୍କ ସାମ୍ରାଜ୍ୟ ଧ୍ବଂସ ପାଇବାକୁ ଲାଗିଥିଲା। ମାତ୍ର ୨ବର୍ଷ ବୟସରେ ନିଲୋଫର ନିଜ ବାପାଙ୍କୁ ହରାଇ ଥିଲେ। ୭ବର୍ଷ ବୟସରେ ସେ ନିଜ ମାଆଙ୍କ ସହ ତୁର୍କୀ ଛାଡ଼ି ଫ୍ରାନ୍ସ ଚାଲି ଆସିଥିଲେ। ଫ୍ରାନ୍ସରେ ତାଙ୍କ ଜୀବନ କଠିନ ଏବଂ ସାଧାରଣ ଲୋକଙ୍କ ଭଳି ହୋଇଯାଇଥିଲା।

{"id":317631,"width":575,"height":428,"sizeSlug":"large"}

ନିଲୋଫର ନିଜ ଜୀବନରେ ଅନେକ ଉତ୍ଥାନ ପତନ ଦେଖିଥିଲେ। କିନ୍ତୁ ନିଲୋଫରଙ୍କ ଭାଗ୍ୟ ଖୁବ୍ ଉଜ୍ଜ୍ବଳ ଥିଲା ଏବଂ ସେ ବିଶ୍ବର ସବୁଠୁ ଧନୀ ରାଜ ପରିବାର ହାଇଦ୍ରାବାଦ ନିଜାମ୍ ବୋହୂ ହେଲେ। ହାଇଦ୍ରାବାଦର ଶେଷ ନିଜାମ୍ ନିଲୋଫରଙ୍କୁ ନିଜ ଦ୍ବିତୀୟ ପୁତ୍ର ଆଜମ ଜେହଙ୍କ ସହ ବିବାହ ପାଇଁ ପସନ୍ଦ କରିଥିଲେ। ୧୯୩୧ମସିହାରେ ବିବାହ ପରେ ନିଲୋଫର ହାଇଦ୍ରାବାଦ ଚାଲି ଆସିଥିଲେ। କୁହାଯାଉଥିଲା ଯେ ନିଲୋଫର କେବଳ ସୁନ୍ଦର ନଥିଲେ ବରଂ ତାଙ୍କଠାରେ ଅଦ୍ଭୁତ ଧରଣର ଆକର୍ଷଣ ଥିଲା।

{"id":317632,"sizeSlug":"large"}

ବିବାହ ପରେ ନିଲୋଫର ଯେତେବେଳେ ହାଇଦ୍ରାବାଦ ଆସିଥିଲେ ସେତେବେଳେ ନିଜାମଙ୍କ ପରିବାରରେ ମହିଳାଙ୍କ ପାଇଁ ପରଦା ପ୍ରଥା ଥିଲା। କିନ୍ତୁ ସେ କେବେ ପରଦାରେ ରହିନଥିଲେ ବରଂ ନିଜାମ୍ ପରିବାରର ମହିଳାଙ୍କ ସାର୍ବଜନିକ ଜୀବନର ବନ୍ଦ ଦ୍ବାର ଖୋଲି ଯାଇଥିଲା। ନିଲୋଫର ହାଇଦ୍ରାବାଦର ପାର୍ଟି,ସମାରୋହ ଏବଂ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲାଗିଥିଲେ। ଅଧିକାଂଶ ସମୟରେ ତାଙ୍କୁ ସମାରୋହରେ ମୁଖ୍ୟ ଅତିଥି ଭାବେ ଡକାଯାଉଥିଲା। କିନ୍ତୁ ନିଲୋଫରଙ୍କ ଆଚରଣରେ ନିଜାମଙ୍କ ବେଗମ୍ ପାଶା ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ। ଏପରି କୁହାଯାଉଥିଲା ଯେ ବେଗମ୍ ନିଜ ବୋହୂଙ୍କୁ ବିଷ ଦେଇ ମାରିବାକୁ ଚାହୁଁଥିଲେ।

{"id":317633,"sizeSlug":"large"}

ନିଲୋଫର ରାଜ ପରିବାରର ହେବା ସହ ଫ୍ୟାଶନ ଡିଭା ଥିଲେ। ତାଙ୍କ ପିନ୍ଧା ଶାଢ଼ୀର ଫଟୋ ନ୍ୟୁୟର୍କ ଫ୍ୟାଶନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଲାଗିଛି। ନିଲୋଫରଙ୍କ ଶାଢ଼ୀ ପ୍ରସ୍ତୁତ କରିବାର କାମ ଫ୍ରାନ୍ସର ଏକ ବଡ଼ ଫ୍ୟାଶନ୍ ଫର୍ମ କରୁଥିଲା। କିନ୍ତୁ ଏପରି ସମୟ ମଧ୍ୟ ଆସିଥିଲା ଯେତେବେଳେ ସେ ଶାଢ଼ୀ ଛାଡ଼ି ପାଶ୍ଚାତ୍ୟ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ।

{"id":317634,"width":578,"height":618,"sizeSlug":"large"}

୧୯୪୮ମସିହାରେ ଯେତେବେଳେ ହାଇଦ୍ରାବାଦକୁ ଭାରତରେ ମିଶାଇ ଦିଆଯାଇଥିଲା ସେତେବେଳେ ନିଲୋଫର ଫ୍ରାନ୍ସ ଯାଉଥିଲେ ଏବଂ ପ୍ୟାରିସରେ ହିଁ ରହିଯାଇଥିଲେ। ନିଲୋଫର ଫ୍ରାନ୍ସରୁ ହାଇଦ୍ରାବାଦ ନ ଫେରିବାରୁ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରି ନେଇଥିଲେ। ୧୯୫୨ମସିହାରେ ସେ ଛାଡ଼ପତ୍ର ଦେଇଥିଲେ। ଏଥିରେ ତାଙ୍କୁ ମୋଟା ରକମର ଟଙ୍କା ମିଳିଥିଲା। ଏହି ଟଙ୍କାର ଅଧିକ ଭାଗ ସେ ହାଇଦ୍ରାବାଦରେ ମହିଳା ଏବଂ ଶିଶୁଙ୍କ ପାଇଁ ହସ୍ପିଟାଲ ନିର୍ମାଣ କରିବାରେ ଦେଇ ଦେଇଥିଲେ।

{"id":317635,"width":573,"height":556,"sizeSlug":"large"}

ନିଲୋଫର ନିଜ ସମୟର ସୁନ୍ଦର ମହିଳାଙ୍କ ମଧ୍ୟରେ ଜଣେ ଥିଲେ। କେତେକ ଓ୍ବାଲର୍ଡ ମ୍ୟାଗାଜିନ୍ ତାଙ୍କୁ ବିଶ୍ବର ୧୦ଜଣ ସୁନ୍ଦରୀ ମହିଳା ମଧ୍ୟରେ ବାଛିଥିଲେ। ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ଫ୍ରାନ୍ସରେ ନିଜ ମାଙ୍କ ସହ ରହିଥିଲେ। ଏହି ସମୟରେ ନିଲୋଫରଙ୍କୁ ହଲିଉଡରୁ କିଛି ଫିଲ୍ମର ଅଫର ମଧ୍ୟ ମିଳିଥିଲା,କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ। କିଛି ଦିନ ପରେ ସେ ଜଣେ ଆମେରିକୀୟ ଯୁବକ ଏଡ଼ଓ୍ବାର୍ଡ଼ ପୋପଙ୍କୁ ବିବାହ କରିଥିଲେ। ୧୯୮୯ମସିହାରେ ରାଜକୁମାରୀ ନିଲୋଫରଙ୍କ ପରଲୋକ ହୋଇଥିଲା।

{"id":317636,"width":573,"height":687,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.