ଓଡ଼ିଶା ନୀଳଗିରିରେ ପ୍ରେମିକକୁ ଭଲପାଇବା ସନ୍ଦେହରେ ନାବାଳିକାର ଗଳା କାଟିଲା ଯୁବତୀ

Published By : Prameya-News7 Bureau | January 18, 2020 IST

ନୀଳଗିରି,୧୮/୧ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନସ୍ଥ ମିତ୍ରପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ନିଜ ପ୍ରେମିକ କୁ ଭଲପାଉଥିବା ସନ୍ଦେହରେ ଜଣେ ଯୁବତୀ ଜଣେ ନାବାଳିକା ର ଗଳା କାଟିବା  ଦେଇଛି ।ଏହି  ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନାରୁ ଯୋଗ୍ୟ ନୀଳଗିରି ଥାନା ଅଧିନ ମିତ୍ରପୁର ଚାଚାଜି ହାଇସ୍କୁଲ ପଛ ନିକଟରେ ଥିବା ଏକ ଗାଡ଼ିଆ କୁ ଜୈନିକ ନାବାଳିକା ଗାଧୋଇବା ପାଇଁ ଯାଇଥିଲେ। ସେହି ଅଂଚଳର ଗେଂଦେଲା ବେହେରା ଙ୍କ ଝିଅ ହଠାତ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ତୁ ମୋ ପ୍ରେମିକ କୁ ଭଲପାଉଛୁ କହି ମା ଡ ମାରିଥିବା ଅଭିଯୋଗ ହୋଇଛି।

ଏପରିକି ସେ ଏକ ବ୍ଲେଡ଼ ରେ ଗଳା , ଛାତି , ପେଟକୁ କାଟି ପକାଇଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ  ସେ ଚିତ୍କାର କରିବାରୁ ପଡୋଶୀ ଦୌଡ଼ିଆସି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଭାବେ ନାବଳିକା କୁ ନୀଳଗିରି ହସ୍ପିଟାଲ ରେ ଭର୍ତି କରାଯାଇଛି।ଏନେଇ ନୀଳଗିରି ଥାନରେ ଏକ ଲିଖିତ ଅଭିଯୋଗ  ହୋଇଛି । ଏବେ ପୁଲିସ ଘଟଣାର ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.