ନୀଳଗିରି ବ୍ଲକର ମାଟ୍ରିକ ଏ-୧ କୃତି ଛାତ୍ରଛାତ୍ରୀ ପ୍ରମେୟ ମେଧା ସମ୍ମାନରେ ସମ୍ବର୍ଦ୍ଧିତ

Published By : Prameya-News7 Bureau | November 13, 2020 IST

ନୀଳଗିରି,୧୩/୧୧:  ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ମାଟ୍ରିକ ପରୀକ୍ଷାରେ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ କୃତି ଛାତ୍ରଛାତ୍ରୀ ତୃଷ୍ନା ଗିରି,ସାଇକୃଷ୍ନା ସାହୁ, ଜଗଦେବ ପ୍ରାମାଣିକ, ପ୍ରୀତିଶଙ୍କର ମିଶ୍ରଙ୍କୁ ପ୍ରମେୟ ନିଉଜ-୭ ତରଫରୁ ପ୍ରମେୟ ମେଧା ସମ୍ମାନରେ ସମର୍ଦ୍ଧିତ କରାଯାଇଛି।

ବାଲିଗୋହିରୀ ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଇଂ ସୁଶୀଲ କୁମାର ସିଂ,ସମ୍ମାନ୍ନିତ ଅତିଥିଭାବେ ଆରଟି ହାଇସ୍କୁଲ ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା,ପ୍ରମେୟ ବାଲେଶ୍ଵର ସଂସ୍କରଣର ସବ ଏଡିଟର କୈଳାଶ ଚନ୍ଦ୍ର ବେହେରା, ଉତ୍ତର ଓଡିଶା ପ୍ରସାରଣ ବିଭାଗ ମ୍ୟାନେଜର କୈଳାସ ମହାପାତ୍ର ଯୋଗଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ପରେ ମଞ୍ଚାସିନ ଅତିଥି ମାନେ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ସ୍ୱରୂପ ସାଟିଫେକେଟ ପ୍ରଦାନ କରି ସମ୍ୱର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥୁଲେ।

ଏହି ଉତ୍ସବକୁ  ନୀଳଗିରି ପ୍ରମେୟ ନିଉଜ-୭ ପ୍ରତିନିଧି ବ୍ରଜକିଶୋର ପାଣି ପରିଚାଳନା କରିଥିଲେ। ଏଥିରେ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.