Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ନୀଳଗିରି ସବ୍ ଜେଲ୍‌ରେ ଥିବା ବିଚାରଧୀନ କଏଦୀର ଚିକିତ୍ସାବସ୍ଥାରେ ମୃତ୍ୟୁ

23/06/2020 at 2:00 PM

ବାଲେଶ୍ବର।ନୀଳଗିରି ୨୩।୬: ବାଲେଶ୍ଵର ଜିଲ୍ଲା ନୀଳଗିରି ସବ୍ ଜେଲରେ ଜଣେ ବିଚାରଧୀନ କଏଦୀ ହଠାତ୍ ଗୁରୁତର ହେବାରୁ ତାଙ୍କୁ ରବିବାର ରାତିରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । କଏଦୀ ଜଣକ ନିଶା ସହ ଅଭ୍ୟସ୍ତ ହେବାରୁ ଦୀର୍ଘ ସମୟ ନିଶା ପାନ ନକରି ଏଭଳି ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଧିନ ଅଯୋଧ୍ୟା ବାଲିପାଳ ଶାସନରେ ଜଣେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବାଲିପାଳ ଶାସନର ବିଦ୍ୟାଧର ପଣ୍ଡାଙ୍କ ପୁଅ ସତ୍ୟରଞ୍ଜନ ପଣ୍ଡା ଜଣେ ଡାକ୍ତର ହୋଇଥିବାରୁ ଦୀର୍ଘ ବର୍ଷ ଧରି ଗାଁ ଛାଡି ସେ ରେମୁଣା ସ୍ଥିତ ବାସଭବନରେ ରହିଆସୁଥିଲେ। ଏହାର ସୁଯୋଗ ନେଇ ଦୁଇଦିନ ତଳେ ବାଲିପାଳରେ ଥିବା ତାଙ୍କ ପୁରୁଣା ଘରେ ସମସ୍ତ ଅସବାପତ୍ର, ପାଣି ମୋଟର, ଫ୍ୟାନ ଓ ଅନ୍ୟ ବିଦ୍ୟୁତ ସାମଗ୍ରୀ, ବାସନକୁସନ ସବୁ ଚୋରି ହୋଇଥିବାରୁ ଖବରପାଇ ସେ ଅଯୋଧ୍ୟା ଫାଣ୍ଡିରେ ସେହି ଅଞ୍ଚଳର ମାଗା ସିଂ, ନର ସିଂଙ୍କୁ ସନ୍ଦେହ କରି ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ଏହି ଦୁଇ ଜଣଙ୍କ ସମତ ଦିଲ୍ଲୀପ ସିଂଙ୍କୁ ଫାଣ୍ଡିରେ ଅଟକ ରଖିବା ସହ ଚୋରି ସାମଗ୍ରୀ ଜବତ କରିଥିଲା । ଚୋରି ଅଭିଯୋଗରେ ଅଟକ ତିନି ଜଣଙ୍କ ସମେତ ନରହରି ସିଂ ( ନିର) ଓ ବାଇଧର ମାଝୀ ଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ସେମାନଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଥିଲା । ରବିବାର ରାତି ୯ଟା ସମୟରେ ପ୍ରତାପପୁର ଗ୍ରାମର ରାଜୁ ଓରଫ ମାଗା ସିଂ ହଠାତ୍ ଗୁରୁତର ହୋଇପଡିଥିଲେ । ବାତ ଭଳି ରୋଗ ବାହାରିବାରୁ  ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ନିଶାରେ ଅଭ୍ୟସ୍ତ ଥିବାରୁ ନିଶା ନପାଇ ଏଭଳି ରୋଗ ବାହାରିଥିବା କୁହାଯାଇଛି । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ଜଣାପଡିଛି। ବିଚାରଧୀନ କଏଦୀର ମୃତ୍ୟୁ ପରେ ଘଟଣା ବିବାଦ ଆଡକୁ ଯାଉଥିବା ଜଣାପଡିଛି।

   Related Posts