Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନିଶା ଆଡ୍ଡା ଉପରେ ନୀଳଗିରି ଏସଡିପିଓଙ୍କ ଚଢାଉ, ଧାଇଁଲେ ନିଶାଡି, ୬ ବାଇକ ଜବତ

30/01/2021 at 10:22 PM

ନୀଳଗିରି,୩୦/୦୧: ନୀଳଗିରିରେ ସହର ଠାରୁ ଗାଁ ଗହଳି ଚାରିଆଡ଼େ ନିଶା ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଡ୍ରଗ୍ସ,ମଦ, ଗଞ୍ଜେଇରେ ଡୁବି ରହି ପଥଭ୍ରଷ୍ଟ ହେଉଛନ୍ତି ଯୁବକ। ପାନ ଦୋକାନ ଠାରୁ ହୋଟେଲ ମାନଙ୍କରେ ବିଦେଶୀ ମଦ ଏବେ ସ୍ପଷ୍ଟ ଦିବାଲୋକରେ ମିଳୁଛି। ନୀଳଗିରି ରାଜବାଟି ଗଳି ପାହାଡ଼ ନିକଟ ସହ କେସି ହାଇସ୍କୁଲ ପଡ଼ିଆ, ଷ୍ଟାଡିୟମ, ରାଡାର ରାସ୍ତା, ଫାୟାର ଅଫିସ ଗଳି, ମିରିଗିଣୀ ଖଣ୍ଡିଏ ହୁଡ଼ି ପଡିଆ, ଗୋପୀନାଥପୁର ଟ୍ରେନ ଲାଇନ,ରାଇଗାଁ ରାସ୍ତା ଟ୍ରେନ ଲାଇନରେ ଏବେ ଯୁବକ ମାନେ ଡ୍ରଗ୍ସ ଖାଇବାରେ ବ୍ୟସ୍ତଥିବା ସୂଚନା ମିଳିଛି।

ନିଶାଖାଇ ଛୋଟବଡ଼ ଅପରାଧ କରିବାକୁ ପଛାଉ ନାହାଁନ୍ତି। ଏପରି କି ବାଇକରେ କ୍ଷୀପ୍ର ଗତିରେ ସହର ମଧ୍ୟରେ ଯାଇ ଆତଙ୍କ ଚଳାଉଛନ୍ତି। ସହର ଉପଖଣ୍ଡରେ ଏଭଳି ନିଶା ଆଡ୍ଡା ଚାଲୁଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ଆଉ ନୀଳଗିରି ଥାନା ଅବସ୍ଥା ତ ସମସ୍ତଙ୍କୁ ଜଣା। ତେବେ ନିକଟ ଅତୀତରେ ନୂତନ କରି ଯୋଗ ଦେଇଥିବା ଏସଡିପିଓ ରିତେଶ ମହାପାତ୍ର ଆଜି ରାତ୍ର ୮ ଟା ସମୟରେ ନିଶାଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଛନ୍ତି।

ନୀଳଗିରି ଷ୍ଟାଡିୟମ, କେସି ହାଇସ୍କୁଲ ପଡିଆ, ଫାୟାର ଅଫିସ ଗଳିକୁ ଏକ ବାଇକରେ ଯାଇ ଚଢ଼ାଉ କରିଛନ୍ତି। ତାଙ୍କୁ ଦେଖି ନିଶାଶକ୍ତ ଯୁବକ ମାନେ ବାଇକ ଛାଡି ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ୬ ଟି ବାଇକ ଓ ସ୍କୁଟି ଜବତ କରିଛନ୍ତି। ଏସଡିପିଓଙ୍କ ଏଭଳି ଚଢ଼ାଉ ଦେଖି ନିଶାଡି ମାନଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି। ତେବେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ ମହାପାତ୍ର ସୂଚନା ଦେଇଛନ୍ତି।

   Related Posts