ପୋଲିସର ରାତିଅଧିଆ ଚଢାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | June 27, 2020 IST

ନୀଳଗିରି ୨୭।୦୬ : ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ବେଗୁନିଆ ପଞ୍ଚାୟତ ନିଶଙ୍ଖପୁର ଗାଁରୁ ଚୋରା ବିଦେଶୀ ମଦ ଜବତ କରିଛି ପୋଲିସ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

{"id":292320,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦିର୍ଘଦିନ ଧରି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ବେଗୁନିଆ ପଂଚାୟତ ଅଞ୍ଚଳରେ ଚୋରା ମଦ କାରବାର ନେଇ ପୋଲିସ ପାଖକୁ ଅଭିଯୋଗ ଆସୁଥିଲା । ଶେଷରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ନିଶଙ୍ଖପୁର ଗାଁରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ପୋଲିସକୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମକ ଅମର ମହାକିକି ବୋଲି ଜଣାପଡିଛି । ତାଙ୍କ ଫ୍ରିଜରରୁ ବ୍ୟାପକ ପରିମାଣର ବିଦେଶୀ ମଦ ଜବତ ମଧ୍ୟ ହୋଇଛି । ଏନେଇ ପୋଲିସ ପକ୍ଷରୁ ନୀଳଗିରି ଥାନାରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.