Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦେଲେ ବିଜେଡିରୁ ଇସ୍ତଫା

15/03/2019 at 12:46 PM

ନୀଳଗିରି ୧୫|୩ : ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତେବେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଜିଲ୍ଲା ସଭାପତି ମାନସିକ ଯନ୍ତ୍ରଣା ଦେଉଥିବାରସେ  ଅଭିଯୋଗ ଆଣିଛନ୍ତି । ତାଙ୍କ ସହ ନୀଳଗିରି ଅଞ୍ଚଳର ଶତାଧିକ କର୍ମୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୧ତାରିଖରେ ବିଜେପି ନେତ୍ରୀ ସୁଷମା ରାଣୀ ବିଶ୍ବାଳ ବିଜେଡିରେ ଯୋଗଦେଇଥିଲେ । ସୁଷମା ରାଣୀ ୨୦୧୪ ନିର୍ବାଚନ ବେଳେ ନୀଳଗିରି ଆସନରୁ ବିଜେପିରୁ ସୁକାନ୍ତଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କୁ ବିଜେଡିରେ ସାମିଲ କରିବା ବେଳେ ସୁକାନ୍ତଙ୍କୁ ଦଳୀୟ ନେତୃତ୍ବ ବିଶ୍ବାସକୁ ନେଇନଥିଲେ । ସୁକାନ୍ତଙ୍କୁ ମିଶ୍ରଣ ପର୍ବରେ ମଧ୍ୟ ଆମନ୍ତ୍ରଣ କରାଯାଇନଥିଲା । ଇସ୍ତଫା ପତ୍ରରେ ସୁକାନ୍ତ ଏ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି ।

ବିଜେଡିରେ ଦିନକୁ ଦିନ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷରେ ଟିକେଟ ନମିଳିବା ଆଶଙ୍କାରେ ନେତାମାନେ ଏବେ ଦଳ ଛାଡିବା ଆରମ୍ଭ କରିଛନ୍ତି ।ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ । ଏହି ଧାରା ଏବେ ବିଜେଡି ସୁପ୍ରିମୋଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦଳର ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ଏହି ସମସ୍ୟା ଆହୁରି ଉତ୍କଟ ହେବ ବୋଲି ଆଶଙ୍କା କରାଯାଉଛି ।

୨୦୧୪ ନିର୍ବାଚନରେ ନୀଳଗିରି ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିନ୍ଦ୍ବନ୍ଦ୍ବିତା ହୋଇଥିଲା । ବିଜେଡିରୁ ସୁକାନ୍ତ ନାୟକ, ବିଜେପିରୁ ସୁଷମା ରାଣୀ ବିଶ୍ବାଳ ଏବଂ କଂଗ୍ରେସରୁ କାର୍ତ୍ତିକ ମହାପାତ୍ରଙ୍କ ମଧ୍ୟ ଜୋରଦାର ଲଢେଇ ହୋଇଥିଲା । ସୁକାନ୍ତ ନାୟକ ୫୦ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ ସୁଷମା ୩୬ହଜାରରୁ ଅଧିକ ଭୋଟ୍ ପାଇଥିଲେ । ସେହିଭଳି କାର୍ତ୍ତିକ ୩୨ହଜାର ଭୋଟ୍ ରେ ସୀମିତ ରହିଥିଲେ । ସ୍ଥାନୀୟ ବିଧାୟକ ସୁକାନ୍ତଙ୍କୁ ଅଣଦେଖା କରି ଓ ଅସନ୍ତୁଷ୍ଟ କରି ଦଳୀୟ ନେତୃତ୍ବ ସୁଷମାଙ୍କୁ କାହିଁକି ଦଳରେ ସାମିଲ କଲେ ତାହା ସ୍ପଷ୍ଟ ହୋଇନାହିଁ ।

   Related Posts