ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ

Published By : Prameya-News7 Bureau | July 15, 2020 IST

ନିଲଗିରିରେ,୧୫/୭ : କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ସଂକ୍ରମଣର ଶିକାର ହୋଇ ସେ ବାଲେଶ୍ଵର କୋଭିଡ୍ ହସ୍ପିଟାଲରେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଗତ ୪ ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ନିଜକୁ ଅସୁସ୍ଥ ମନେ କରି ନିଜ ଆଡୁ ମନ ବଳାଇ ସ୍ୱାବ ପରୀକ୍ଷା କରିଥିଲେ।

୬ ତାରିଖରେ ତାଙ୍କୁ କରୋନା ପଜିଟିଭ ଆସିବା ପରେ ବାଲେଶ୍ଵର କୋବିଦ ହସ୍ପିଟାଲ ରେ ଭର୍ତି କରାଯାଇଥିଲା।ସେହିଦିନ ଠାରୁ ୧୦ ଦିନ ପର୍ଯ୍ୟନ୍ତ ସେ ଚିକିତ୍ସିତ ହୋଇଆସୁଥିଲେ। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀ ମଧ୍ୟ ଦିଲ୍ଲୀରେ ହୋମ୍ କ୍ବାରେଣ୍ଟାଇନ ରହି ସ୍ୱାବ ପରୀକ୍ଷା କରିବା ପରେ ନେଗେଟିଭ ଆସିଥିଲା। ନୀଳଗିରିରେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଶତାଧିକ ଲୋକଙ୍କ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା କରିବା ପରେ ତାଙ୍କର ଜଣେ ମାତ୍ର ସହଯୋଗୀ ବରିଷ୍ଠ ବିଜେପି ନେତାଙ୍କୁ ପଜିଟିଭ ଆସିଥିଲା।

ତେବେ ୧୦ ଦିନ ଚିକିତ୍ସିତ ଭିତରେ ସେ କୋଭିଡ୍ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟ ମାନଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟକର ପରିବେଶ ଭିତରେ ସେମାନେ ନିଜର ଜୀବନ ବାଜି ଲଗାଇ ଚିକିତ୍ସା ଯୋଗାଉଥିବାରୁ ସତେ ଯେପରି ନର ରୂପୀ ଈଶ୍ୱର ବୋଲି କହିଛନ୍ତି। ସେମାନେ ଯେପରି ଚିକିତ୍ସା ଯୋଗାଉଛନ୍ତି କରୋନା ଆପେ ଆପେ ଛାଡି ଚାଲିଯିବ ବୋଲି କହିଛନ୍ତି।ତାଙ୍କୁ ଲୋଭୋ ସେଟ୍ରିଜିନ , କଫ ସିରାଫ ଓ ଆଣ୍ଟି ବାଓଟିକ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ତେବେ ଆହୁରି ସେ ୪ ଦିନ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିବେ ଓ ଅଞ୍ଚଳବାସୀଙ୍କୁ ଫୋନ ମାଧ୍ୟମରେ ସେବା ଯୋଗାଇଦେବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.