୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ, ଦୁର୍ବ୍ୟବହାର ଅଭିଯୋଗରେ ବସିଥିଲେ ଅନଶନରେ

Published By : Prameya-News7 Bureau | October 05, 2019 IST

ନୀଳଗିରି ୫।୧୦: ଦୀର୍ଘ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ । ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଳମ୍ବିତ ରାତିରେ ଅନଶନ ସ୍ଥଳରେ ପହଞ୍ଚି ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରତିଶ୍ରୃତି ଦେବା ପରେ ସେ ଅନଶନ ଭାଙ୍ଗିଛନ୍ତି । ଏହାସହ ଭଙ୍ଗା ଯାଇଥିବା ମୋହରିର ଚାଳିଆକୁ ବୁଲି ଦେଖିଥିଲେ । ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

{"id":166433}

ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ମୋହରିର ଚାଲିଆକୁ ତହସିଲଦାର ସୁଶ୍ରୀତା ଟୁଡୁ ଉଚ୍ଛେଦ କରୁଥିଲେ । ମୋହରିରଙ୍କୁ ଥଇଥାନ ନକରି କାହିଁକି ଉଚ୍ଛେଦ କରାଯାଉଛି ପ୍ରତିବାଦ କରିଥିଲେ ବିଧାୟକ । ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା । ଯାହାକୁ ନେଇ ଧାରଣାରେ ବସିଥିଲେ ବିଧାୟକ । ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ ।

{"id":166434}

ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନରେ ବସିଥିଲେ ବିଧାୟକ । ଏନେଇ ନୀଳଗିରି ଥାନାରେ ପୃଥକ ପୃଥକ ୪ ଟି ମାମଲା ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.