ସୁସ୍ଥ ହେବା ପରେ ନୀଳଗିରି ବିଧାୟକଙ୍କୁ ପୁଣି କରୋନା, ଚିନ୍ତାରେ ଅଞ୍ଚଳବାସୀ

Published By : Prameya-News7 Bureau | September 28, 2020 IST

ନୀଳଗିରି୨୮/୯: ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ପୁଣି କରୋନା। ଅଢେଇ ମାସ ପୂର୍ବରୁ କରୋନାରୁ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ। ପୁଣି ବିଧାୟକ କରୋନା ଆକ୍ରାନ୍ତ ହୋଇଛି। ସୂଚନାରୁ ପ୍ରକାଶ କି ଗତ ସେପ୍ଟେମ୍ବର ମାସ ୬ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ହଜାର ହଜାର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ସହ ମଧ୍ୟ ମିଶିଥିଲେ। ହେଲେ କେନ୍ଦ୍ରମନ୍ତ୍ରୀଙ୍କର ନମୁନା ନେଗେଟିଭ ଆସିଥିବା ବେଳେ ଆଉ କିଛିକର୍ମୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଏବେ ବିଧାନସଭା ପାଇଁ ସବୁ ବିଧାୟକଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିରେ ନୀଳଗିରି ବିଧାୟକଙ୍କ ସ୍ୱାବ ପରୀକ୍ଷା ହୋଇଥିଲା। ପୁଣି ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି। ପୁଣି ତାଙ୍କୁ କରୋନା ବାହାରିବା ପରେ ସେ ଦୈନନ୍ଦିନ ଅଞ୍ଚଳବାସୀ ଓ କର୍ମୀଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ପାଇଁ ଚିନ୍ତା ଘାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.