Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ : ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ବିଧାୟକଙ୍କ ଧାରଣା, ତହସିଲଦାରଙ୍କୁ ତାଲା ପକାଇଲେ ମୋହରି ସଂଘ

4/10/2019 at 1:45 PM

ନୀଳଗିରି ୪।୧୦: ଶୃଙ୍ଖଳା ମାନିଲେନି ବିଧାୟକ କି ତହସିଲଦାର । ନା ତହସିଲଦାର ମାନିଲେ ୫-ଟିର ନିୟମ ନା ବିଧାୟକ ମାନିଲେ ଆଚରଣ ଉଚ୍ଚାରଣର ଶୃଙ୍ଖଳିତ ଧାରା । ୨ ଜଣ ସର୍ବସାଧାରଣ ସ୍ଥାନରେ ହେଲେ ମୁହାଁମୁହିଁ ।

ଆଜି ସକାଳେ ନୀଳଗିରି ତହସିଲଦାର କଚେରି ହତା ଭିତରେ ଥିବା ମୋହରୀରଙ୍କ ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗାଯାଉଥିଲା । ଏହି ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଉପସ୍ଥିତ ଥିଲେ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସେଠାରେ ପହଞ୍ଚି ଉଛେଦକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ତହସିଲଦାର ସୁଶ୍ରିତା ଟୁଡ଼ୁଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରଥମେ ମୋହରିର ଏବଂ ଆଇନଜୀବୀମାନଙ୍କୁ ଥଇଥାନ କରାଯିବ ଏବଂ ତାପରେ ସେହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ସେ ମନ୍ତ୍ରୀ, ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ବିଧାୟକ କହିଥିଲେ ।

କିନ୍ତୁ ହଠାତ୍ କାହାରିକୁ ନ ଜଣାଇ କାହିଁକି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର, ବିଧାୟକଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଧାରଣାରେ ବସିଛନ୍ତି ।

ଏଣେ ମୋହରିର, ଓକିଲ ସଂଘ, ବ୍ୟବସାୟୀ ସଂଘ ମଧ୍ୟ ଏହାର ପ୍ରତିବାଦ କରି ତହସିଲଦାରଙ୍କୁ ତାଙ୍କ ଅଫିସରେ ତାଲା ପକାଇଛନ୍ତି । ଘଟଣାସ୍ଥଳରେ ବାଲେଶ୍ବର ଉପଜିଲ୍ଲାପାଳ ନିଲୁ ମହାପାତ୍ର ପହଞ୍ଚି ବିଧାୟକ ଓ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

   Related Posts