ନନ୍ଦନକାନନରେ ଛୁଆ ନୀଳଗିରି ଲାଙ୍ଗୁରର ମୃତ୍ୟୁ

Published By : Prameya-News7 Bureau | August 14, 2019 IST

ବାରଙ୍ଗ ୧୪|୮: ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଛୁଆ ନୀଳଗିରି ଲାଙ୍ଗୁରର ଆଜି ସକାଳେ ମୃତ୍ୟୁ ହୋଇଛି । ଖେଳୁଥିବା ଅବସ୍ଥାରେ ତଳକୁ ଖସିପଡି ମୃତ୍ୟୁ ହୋଇଥିବା କୁହାଯାଉଛି । ଏନେଇ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି ।

{"id":144152}

ଏହି ଶାବକଟି ଗତ ଜୁନ୍ ମାସ ୧ ତାରିଖରେ ଜନ୍ମ ହୋଇଥିଲା । ଗତ ୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ଚେନ୍ନାଇ ଭାଣ୍ଡାଲୁର ରାଜୀବ ଗାନ୍ଧି ଜୁଲୋଜିକାଲ ପାର୍କରୁ ଏକ ଯୋଡା ନୀଳଗିରି ଲାଙ୍ଗୁର ଅଣାଯାଇ ଥିଲା। ଗତ ମେ ୩୧ ତାରିଖରେ ଅଣ୍ଡିରା ନୀଳଗିରି ଲାଙ୍ଗୁରର ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ ପରେ ଅର୍ଥ।ତ ୧ ଜୁନ୍ ୨୦୧୯ରେ ଏହି ଶାବକ ଜନ୍ମ ହୋଇ ଏମାନଙ୍କ ସଂଖ୍ୟା ୨ଟିକୁ ବୃଦ୍ଧି ପାଇଥିଲା । ଆଜି ଏହାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୧ କୁ ଖସିଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.