ନନ୍ଦନକାନନରେ ଜନ୍ମ ହେଲା ନୀଳଗିରି ଲାଙ୍ଗୁର

Published By : Prameya-News7 Bureau | June 01, 2019 IST

ବାରଙ୍ଗ ୧|୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ହେଲା ନୀଳଗିରି ଲାଙ୍ଗୁର । ଖୁଆଡ ନଂ ୫୩ରେ ରହୁଥିବା ମାଈ ନୀଳଗିରି ଲାଙ୍ଗୁର ଆଜି ଏକ ଶାବକକୁ ଜନ୍ମ ଦେଇଛି । ଉଭୟ ମା’ ଛୁଆ ସୁସ୍ଥ ଅଛନ୍ତି ।

ଗତ ଶୁକ୍ରବାର ଏହାର ଅଣ୍ଡିରା ନୀଳଗିରି ଲାଙ୍ଗୁରର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ନିରାଶ ହୋଇ ପଡିଥିଲେ। ବାପ ମୃତ୍ୟୁ ପରେ ସନ୍ତ।ନ ଜନ୍ମ ହେବା ଖବର ଶୁଣି ନନ୍ଦନକାନନରେ ଖୁସିର ଲହରି ଖେଳି ଯାଇଛି । ଅଣ୍ଡିରା ଲାଙ୍ଗୁରର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଏକମାତ୍ର ମାଈ ନୀଳଗିରି ଲାଙ୍ଗୁର ରହିଥିଲା । ଏବେ ଏମାନଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ଗତ ୨୦୧୭ମସିହାରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଚେନ୍ନାଇ ଆରିଗନାର ଆନ୍ନା ଜୁଲୋଜିକାଲ ପାର୍କରୁ ଏକ ହଳ ନୀଳଗିରି ଲାଙ୍ଗୁର ଅଣାଯାଇଥିଲା। ଏହି ବିଲୁପ୍ତ ପ୍ରାୟ ଜନ୍ତୁ ନୀଳଗିରି ଲାଙ୍ଗୁର ଭାରତର ଦକ୍ଷିଣ ପଶ୍ଚିମ ନୀଳଗିରି ପାର୍ବତ୍ୟାଞ୍ଚଳରେ ଦେଖା ଯାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.