Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମେସେଞ୍ଜରରେ ଟଙ୍କା ମାଗୁଛନ୍ତି ନୀଳଗିରି ଥାନା ଅଧିକାରୀ ! କ’ଣ ରହିଛି ଘଟଣା ପଛର ସତ

11/05/2021 at 1:20 PM

ନୀଳଗିରି ୧୧।୫: ପୋଲିସ ବାବୁ ମାଗୁଛନ୍ତି ଟଙ୍କା । ସୋସିଆଲ ମିଡିଆ ପ୍ଲାଟଫର୍ମ ମେସେଞ୍ଜରେ ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ମାଗୁଛନ୍ତି ଟଙ୍କା । ସୋସିଆଲ ମିଡିଆରେ ଥାନା ଅଧିକାରୀ ଟଙ୍କା ମାଗିବା ଘଟଣାକୁ ସହଜରେ ବିଶ୍ବାସ କରିନେଇଛନ୍ତି ଅଞ୍ଚଳବାସୀ ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ଧରି ନୀଳଗିରି ଥାନାରେ କାର୍ଯ୍ୟରତ ଆଇଆଇସି ପ୍ରଭଞ୍ଜନ ବେହେରା ମେସେଞ୍ଜର ମାଧ୍ୟମରେ ବିଭିନ୍ନ ଆଳ ଦେଖାଇ ବିଭିନ୍ନ ବ୍ୟକ୍ତିଙ୍କୁ ଟଙ୍କା ଧାର ମାଗିବାରେ ଲାଗିଛନ୍ତି । ଅଞ୍ଚଳବାସୀ ଏହାକୁ ସହଜରେ ବିଶ୍ବାସ କରିନେଇଥିବା ବେଳେ ସେପଟେ କିନ୍ତୁ ଆଇଆଇସି ତାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ଦେଇଛନ୍ତି । ଆଇଆଇସିଙ୍କ ସ୍ପଷ୍ଟୀକରଣ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ଲୋକେ ସତର୍କ ହୋଇଯାଇଥିବା ସୂଚନା ମିଳିଛି ।

   Related Posts