Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଚୋରା ମଦ ଭାଟିରେ ଚଢଉ, ବିପୁଳ ପରିମାଣରେ ପୋଚ ଜବତ : ମାଫିଆଙ୍କୁ ଧରି ନପାରି ଶିଶୁପାଳ ହେଲା ଅବକାରୀ ଟିମ୍

26/10/2021 at 7:59 AM

ନୀଳଗିରି,୨୬/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି  ଆଦିବାସୀ ବହୁଳ ଅଞ୍ଚଳରେ ଛତୁ ଫୁଟିବା ଭଳି ଚୋରା ଦେଶୀମଦ ଭାଟି ବୃଦ୍ଧି ପାଇବାରେ ଲାଗିଛି । ଚଢ଼ାଉ ହେଉଛି ସତ ହେଲେ ମଦ ମାଫିଆ ଖସିଯିବାରେ ସକ୍ଷମ ମଧ୍ୟ ହେଉଛନ୍ତି। ଆଉ ଶିଶୁପାଳ ହୋଇ ଫେରୁଛି ଅବକାରୀ ବିଭାଗ ।

ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପରେ ଅବକାରୀ ବିଭାଗ ଆକ୍ସନ ମୋଡ଼କୁ ଆସିଥିଲା। ହେଲେ ମାଷ୍ଟର ମାଇଣ୍ଡ ମାନଙ୍କୁ ଧରିବାରେ ବିଫଳ ହୋଇଛି। ଯୋଜନା ବିହୀନ ଚଢଉ ପାଇଁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି। ମଦମାଫିଆ ମାନେ ଭାଟିଠାରୁ ଆରମ୍ବ କରି ଅଫିସ ପର୍ଯ୍ୟନ୍ତ ତାଙ୍କର କାୟା ବିସ୍ତାର କରିଛନ୍ତି।

ଏକ ଘଟଣାକ୍ରମେ ସୋମବାର ନୀଳଗିରି ଅବକାରୀ ଓଆଇସି ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଜନାଗଡ ପଞ୍ଚାୟତ ଅଧିନ ବନ୍ଧସାହିରେ ଚଢ଼ଉ କରିଥିଲେ। ଗୋଟିଏ ଚୋରା ମଦ ଭାଟିରୁ ୧୨୦ ଲିଟର ଦେଶୀ ମଦ ଓ ୬ହଜାର ଲିଟର ପୋଚ ଜବତ ହୋଇଥିବା ବେଳେ ଅନ୍ୟ ଏକ ଭାଟିରୁ ୮୦ ଲିଟର ଦେଶୀମଦ ଓ ୪ହଜାର ଲିଟର ପୋଚ ଜବତ ହୋଇଥିବା ଜଣାପଡିଛି। ତେବେ ଦୁଇଟି ଭାଟିରୁ କେହି ମଦ ମାଫିଆ କିମ୍ବା କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ ଅବକାରୀ ବିଭାଗ। ଶିଶୁପାଳ ଭଳି ଆଗରୁ ଯେପରି ଫେରିଛି ।

ତେବେ ଏଭଳି ଅଭିଯୋଗ ନେଇ ଅବକାରୀ ବିଭାଗର ଓଆଇସି ଶ୍ରମତୀ ଆଚାର୍ଯ୍ୟଙ୍କ ମତାମତ ନେବାରୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି । ସେମାନେ ପହଁଚିବା ପୂର୍ବରୁ ମଦ ବେପାରୀ ସୂଚନା ପାଇ ଖସିଯାଉଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

   Related Posts