Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ଆଶା ଆଶଙ୍କାରେ ନୀଳଗିରି ରଥଯାତ୍ରା : ବିଧାୟକଙ୍କ ଚିଠିକୁ ନେଇ ବିବାଦ

7/06/2021 at 9:19 AM

ନୀଳଗିରି,୦୭/୬: ଚଳିତ ବର୍ଷ ଆଶା ଆଶଙ୍କାରେ ନୀଳଗିରି ରଥଯାତ୍ରା।ଗତବର୍ଷ ରଥ ନିର୍ମାଣ ହୋଇ କୋଭିଡ କଟକଣା ପାଇଁ ରଥଟଣା ହୋଇପାରିନଥିଲା। ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନର  ପ୍ରସ୍ତୁତି ବୈଠକ ହୋଇନଥିବା ବେଳେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଗତବର୍ଷ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସରକାର ସ୍ପଷ୍ଟ କରିନାହାଁନ୍ତି ।

ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବାର ଆଶଙ୍କା ଥିବାରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,୫ଟି ସଚିବ, ଆଇନ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ,ଜିଲ୍ଲାପାଳଙ୍କୁ ବିନା ଅନୁମତିରେ କେମିତି ରଥ ନିର୍ମାଣ ହେଉଛି ପତ୍ର ଲେଖିଥିଲେ।ସରକାରୀ ଅର୍ଥ ବଞ୍ଚାଇବା ସହ ସଠିକ ପରାମର୍ଶ ଦେବାକୁ ମଧ୍ୟ କହିଥିଲେ।ହେଲେ ବିଧାୟକଙ୍କ ପତ୍ରକୁ ନେଇ ତମ୍ବି ତୋଫାନ ଉଠିଛି।

କିଛି ପୂଜକ ଓ ଅଞ୍ଚଳବାସୀ ଏହାକୁ ଧାର୍ମିକ ଭାବନା ନେଇ କୁଠାରଘାତ ବୋଲି କହିଥିଲେ।ବିଧାୟକ ପତ୍ର ଫେରସ୍ତ କରିବା ସହ ଭୁଲ ସ୍ୱୀକାର କରନ୍ତୁ ବୋଲି କହିଥିଲେ।ତେବେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି।ଉପଜିଲ୍ଲାପାଳ ମଧ୍ୟ ତୁରନ୍ତ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିବା ଜଣାପଡିଛି।ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ଙ୍କର ପବିତ୍ର ରଥଯାତ୍ରା କଟକଣା ଭିତରେ କରାଯିବାକୁ ସାଧାରଣରେ ଦାବି ହୋଇଛି।

   Related Posts