ନୀଳଗିରିରେ କରୋନା ସୁରକ୍ଷା ନେଇ କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ

Published By : Prameya-News7 Bureau | June 02, 2020 IST

ନୀଳଗିରି୨/୬: ବର୍ତ୍ତମାନ କରୋନା ଆତଙ୍କ ପୂରା ଦେଶ ଆତଙ୍କିତ। ଏଥିରୁ ମୁକୁଳିବା ଲାଗି ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ହେଲେ ବହୁ ସ୍ଥାନରେ ଲୋକେ ସଚେତନ ହୋଇ ପାରୁ ନାହାନ୍ତି। ନୀଳଗିରି କଂଗ୍ରେସ କମିଟି ପକ୍ଷରୁ ନୀଳଗିରି କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ରାଣୀ ମନୋଜା ମଞ୍ଜରୀ ଦେବୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ। ନୀଳଗିରିକୁ କରୋନା ଦାଉରୁ ସୁରକ୍ଷା ଦେବା ନେଇ  ବିଭିନ୍ନ ପଦକ୍ଷପ ନିଆ ଯାଇଥିବା କୁହାଯାଇଛି। ନୀଳଗିରି କଂଗ୍ରେସ ଭବନରେ ଆୟୋଜିତ ସମ୍ମିଳନୀରେ ସହରବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ,ଗାଁକୁ ସ୍ବଚ୍ଛତା ରଖି ସାନି ଟାଇଜେସନ କରିବାକୁ ଆହ୍ବାନ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.