ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କଲା ନୀଳଗିରି ପୋଲିସ, ୮ ବାଇକ୍‌ ସହ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 25, 2021 IST

ନୀଳଗିରି,୨୫/୧୦:ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ କଲା ନୀଳଗିରି ପୋଲିସ। ଗୋଟିଏ ପଲସର ୨୨୦ ବାଇକ ଚୋରି ହେବାପରେ ଘଟଣାକୁ ନେଇ ୨୨୯ ନମ୍ବର ବାଇକ୍‌ ମାମଲା ରୁଜୁ ହୋଇଥିଲା। ନୀଳଗିରି ଆଇଆଇସି ଦାୟିତ୍ୱରେ ଥିବା ବାସୁଦେବ ଜୟସିଂହ ଚୋରି ବାଇକ ଉଦ୍ଧାର ନେଇ ଜାଲ ବିଛାଇ ତଦନ୍ତ ଚଳାଇଥିଲେ। ପରେ ୮ଟି ବାଇକ ଉଦ୍ଧାର କରିବା ସହ ଅଭିଯୁକ୍ତ ରାଜେଶ ଓରଫ ହରେକୃଷ୍ଣ ମଲ୍ଲିକ, ଜଗା ସିଂ, ଅଜୟ ସିଂ, କାହ୍ନୁ ସିଂ, ସନ୍ତୋଷ କୁମାର ଦାସଙ୍କୁ ଗିରଫ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.