Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇ ହସ୍ପିଟାଲକୁ ଭେଣ୍ଟିଲେଟର ଯୋଗାଇଦେବେ ବିଧାୟକ

29/05/2021 at 4:27 PM

ନୀଳଗିରି, ୨୯/୫: ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦୁଇଟି ହସ୍ପିଟାଲକୁ ଖୁବ ଶୀଘ୍ର ତାଙ୍କ ନିଜସ୍ୱ ପାଣ୍ଠିରୁ ଉନ୍ନତମାନର ଭେଣ୍ଟିଲେଟର ପ୍ରଦାନ କରିବେ । ଏନେଇ ଆଜି ସେ ଜିଲ୍ଲାପାଳଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ନୀଳଗିରି ଉପଖଣ୍ଡ ହସ୍ପିଟାଲ ଉପରେ ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ, ଏନଏସି ଓ ଔପଦା ବ୍ଲକର ୫ ଟି ପଞ୍ଚାୟତ, ରେମୁଣା ବ୍ଲକର ଦୁଇଟି ପଞ୍ଚାୟତ, ବାହାନଗା ବ୍ଲକର ଗୋଟିଏ ପଞ୍ଚାୟତବାସୀ ନିର୍ଭର କରନ୍ତି । ହସ୍ପିଟାଲରେ ଏବେ ଡାକ୍ତରଙ୍କ ଅଭାବ ଥିବା ବେଳେ ଚିକିତ୍ସା ସେବାରେ ବହୁ ବାଧା ଉପୁଜିଛି । ଅଳ୍ପ ଗୁରୁତର ରୋଗୀ ମାନଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଉଛି । ଏବେ କରୋନା ସଂକ୍ରମଣ ଭଳି ସମୟରେ ରୋଗୀଙ୍କ ଜୀବନକୁ ଆଖି ଅଗରେ ରଖି ନୀଳଗିରି ବିଧାୟକ ଇଂ ନାୟକ ନୀଳଗିରି ହସ୍ପିଟାଲକୁ ଏକ ଅତ୍ୟାଧୁନିକ ଭେଣ୍ଟିଲେଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜି ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଏନେଇ ସବିଶେଷ ଆଲୋଚନା କରିଥିବା ବେଳେ ତାଙ୍କ ପାଣ୍ଠିରୁ ଅର୍ଥ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ଔପଦା ବ୍ଲକ ଅଧିନ ଈଶ୍ୱରପୁର ହସ୍ପିଟାଲକୁ ମଧ୍ୟ ଆଉ ଏକ ଭେଣ୍ଟିଲେଟର ଯୋଗାଇଦେବେ ବୋଲି ଜଣାପଡିଛି । ଦୁଇଟି ଆଇସିୟୁ ଭେଣ୍ଟିଲେଟରର ଦାମ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ । ସ୍ୱାସ୍ଥ୍ୟ ସେବାରେ ବିଧାୟକଙ୍କ ଏଭଳି ଅସାଧାରଣ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   Related Posts