ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଓ ରାଜାରାଣୀଙ୍କ ରାଜ୍ୟାଭିଷେକ ନୀତି ସମ୍ପନ୍ନ

Published By : Prameya-News7 Bureau | January 29, 2021 IST

ନୀଳଗିରି୨୮/୧: ପୌଷ ପୂର୍ଣ୍ଣିମା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନିଠାକୁରଙ୍କ ପୁଷ୍ୟାଭିଷେକ ନୀତି ସମାପନ ହୋଇଛି। ରୀତିନୀତିରେ ହୋମ ଯଜ୍ଞ ହୋଇ ଏହି ନୀତି ସମ୍ପନ୍ନ ହୋଇଛି। ସେହିପରି ନୀଳଗିରି ରାଜବାଟିରେ ରାଜ୍ୟାଭିଷେକ ନୀତି ଧୂମଧାମରେ ପାଳନ ହୋଇଛି। ପଞ୍ଚ ଦେବତା, ଶାସ୍ତ୍ରୀୟ ପୂଜାଅର୍ଚ୍ଚନା ପରେ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଓ ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀଙ୍କୁ ଅଭିଷେକ କରାଯାଇଛି।

ବ୍ରାହ୍ମଣ ଓ ପଣ୍ଡିତମାନେ ମହାରାଜା ରାଣୀଙ୍କୁ ଆଶୀର୍ବାଦ କରିଛନ୍ତି। ଶ୍ରୀମନ୍ଦିରର ପରମ୍ପରା ଓ ସମସ୍ତ ରୀତିନୀତି ଅନୁଯାୟୀ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କୁ ଅଭିଷେକ ପରେ ରାଜା ଓ ରାଣୀଙ୍କୁ ରାଜ୍ୟାଭିଷେକ କରାଯାଇଛି। ଏହି ଅବସରରେ ସେବାୟତଙ୍କୁ ରାଜା ସାହେବ ସମ୍ବର୍ଦ୍ଧିତ କରିଥିଲେ। ରାଜ ମହଲ ଆଜି ଚଳଚଞ୍ଚଳ ହୋଇଉଠିଥିଲା। ସେବାୟତ ପକ୍ଷରୁ ବ୍ରହ୍ମା ପୂଣ୍ୟଶ୍ଲୋକ ନନ୍ଦ, ବିରେଶ୍ ସତପଥୀ, ରାଜଗୁରୁ ରବିନ୍ଦ୍ର କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପ୍ରହରାଜ ହର ନାରାୟଣ ନନ୍ଦ, ସଞ୍ଜିତ୍ ଆଚାର୍ଯ୍ୟ, କାମେଶ୍ଵର ତ୍ରିପାଠୀ ଓଡିଶା ମନ୍ଦିର ସଭାପତି, ବିବେକାନନ୍ଦ କର, ମୃତ୍ୟୁଞ୍ଜୟ କର, ଚୂନରା ଦେବାଶିଷ ଦାଶ, ଯୋଗେନ୍ଦ୍ର ନାରାୟଣ ମିଶ୍ର, ହରି ବନ୍ଧୁ କର ପୂଜକ, ବ୍ରହ୍ମା ସରୋଜ କୁମାର ନନ୍ଦ, ଦେବେନ୍ଦ୍ର କୁମାର ନନ୍ଦ. ଠାକୁର ମାହାଲ ର ରମେଶ ଦାସ, ନିରଞ୍ଜନ ମହାପାତ୍ର, ଠାକୁର ମହାଲ ଅଧିକାରୀ ରତନ ପଟ୍ଟନାୟକ, ଚାମର ସେବାୟତ ଇଂ ଖଗେନ୍ଦ୍ର ବେହେରା, ମୁରଲୀ ବେହେରା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.