Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୀଳଗିରି ମଦିଆ କୁମ୍ଭାର କୁନି ଝିଅର କାହାଣୀକୁ ମିଳିଲା ସମ୍ନାନ, ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାରରେ ସିନେମା ପୁରସ୍କୃତ

15/09/2021 at 1:03 PM

ନୀଳଗିରି ୧୫/୦୪ : ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୧ ରେ ବାଲେଶ୍ଵରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ (କରୋନା କାଳରେ ଜଣେ କୁନି ଖପରାଶିଳ୍ପୀ) ଆନ୍ତର୍ଜାତୀୟ ପୁରସ୍କାର ପାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବ୍ଳକର ଶିଆଡିମାଳ ପଞ୍ଚାୟତର କୂଳଡିହା ଅଭୟାରଣ୍ୟ ପାଦ ଦେଶରେ ଥିବା ବାବନ୍ଧ ଗ୍ରାମରେ ବସବାସ କରୁଥିବା ଆଦିବାସୀ ମଦିଆ କୁମ୍ଭାର ପରିବାରର ଝିଅ ଶିଲୀ ଯେକି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ କୁନି ଖପରାଶିଳ୍ପୀ ଭାବେ ପରିଚିତ ଥିଲେ ।

କରୋନା ସମୟରେ ଲୋକମାନଙ୍କୁ କୋରନା ସଚେତନତା କରିବା ସହ ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ଚିତ୍ରକାନ୍ଥ ଆଙ୍କୁଥିବାର ନଜରକୁ ଆସିଥିଲା । ଏଭଳି ପ୍ରତିଭା ଚିହ୍ନଟ କରି ସେ ସୁନ୍ଦର ଭାବରେ ପ୍ରଦର୍ଶିତ କରିଥିଲେ ୧୦ ମିନିଟ କ୍ଷୁଦ୍ର ଚଳଚ୍ଚିତ୍ରରେ।ଭାରତ ସହ ବ୍ରାଜ଼ୀଲ,ଫ୍ରାନ୍ସ, ଆଫଗାନିସ୍ଥାନ,ଆଫ୍ରିକା, ମୋରୋକକୋ, ଇସ୍ରାଇଲ, ଇରାକ, ଇରାନ,ପର୍ତ୍ତୁଗାଲ, ବାଙ୍ଗଲାଦେଶ,ଉଜ଼ବେକିସ୍ଥାନ,ଆଲଜେରିଆରୁ ୨୭୫ଟି ଚଳଚିତ୍ର ସ୍ଥାନିତ ହୋଇଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଥିଲା।

ବାଲେଶ୍ଵର ଜିଲ୍ଲାରୁ ଏହା ଏକମାତ୍ର ଫିଲ୍ମ ମନୋନୀତ ହୋଇଥିଲା।ଏହା ଗତ ୬,୭,୮ ତାରିଖରେ ଅନଲାଇନ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା।କୁନି ଝିଅ ମାଟିହାଣ୍ଡି ଭାଡ଼ି ଉପରେ ନଦୀପାର ହେବା ଓ ଭଙ୍ଗା ହାଣ୍ଡିର ଖପରା କାତିରେ ଚିତ୍ର ଆଙ୍କିବା ସମସ୍ତଙ୍କ ହୃଦୟ ଜିଣି ପାରିଛି।ଏହି ଚଳଚିତ୍ରକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କୁନି ଝିଅ ସିଲି ଘୋଷଣା ହୋଇଥିବା ବେଳେ ଶ୍ରେଷ୍ଠ ନିର୍ଦେଶକ ଭାବେ କେସୁ ଦାସ,ଶ୍ରେଷ୍ଠ ଆଲୋଚକ ଭାବେ ବିଜୟ କୁମାର ଆଚାର୍ଯ୍ୟ ଙ୍କ ନାମ ଘୋଷଣା କରିଥିଲେ।

ଏହା ଜେବିଏସ ଓ ଓରି ଫାର୍ମୀଂ ତରଫରୁ ପୁରସ୍କାର ଘୋଷଣା କରିଥିବା ବେଳେ ମୁଖ୍ୟଅତିଥି ଭାବେ ମାର୍ଥ ନର୍ଥହକ ଯୋଗଦେଇ ଭରଚୁଆଲ ମାଧ୍ୟମରେ ପୁରସ୍କାର ପ୍ରଦାନ କରିଛନ୍ତି।ଏଭଳି ଘୋଷଣା ଗତକାଲି ହୋଇଥିବା ବେଳେ ଆସନ୍ତା ୧୮ ତାରିଖ ରେ କୁନି ଝିଅର ଘରକୁ ଯାଇ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।ଏଭଳି ଖବର ମିଳିବା ପରେ ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଛି।

   Related Posts