ନୀଳଗିରିରେ ବନ ବିଭାଗର ଚଢାଉ, ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ

Published By : Prameya-News7 Bureau | July 12, 2021 IST

ନୀଳଗିରି,୧୨/୭ ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବାମପଦା ଅଂଚଳରୁ ଚୋରା କେନ୍ଦୁପତ୍ର ବୋଝେଇ ୧୨ ଚକିଆ ଟ୍ରକ ଜବତ କଲା ନୀଳଗିରି ବନବିଭାଗ । ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା ଏହି ଟ୍ରକଟି ଗତକାଲି ରାତିରେ ବିଶେଷ ସୂତ୍ରରୁ ସୂଚନା ପାଇ ନୀଳଗିରି ରେଞ୍ଜର ମନଓ୍ୱର ଖାଁ ବନ କର୍ମଚାରୀଙ୍କୁ ଧରି ରାତିରେ ଜଗି ରହିଥିଲେ । ଭୋର ୪ ଟା ସମୟରେ ଅଚାନକ ଚଢ଼ାଉ କରି ଟ୍ରକଟିକୁ ଧରିବାରେ ସଫଳ ହୋଇଥିଲେ । ଡ୍ରାଇଭର ସମେତ ୨ ଜଣଙ୍କୁ ଗିରଫ କରାଯାଇଛି । ଗାଡ଼ିରେ ୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ଥିବା ସୂଚନା ଦେଇଛନ୍ତି ନୀଳଗିରି ରେଞ୍ଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.