ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ନୀଳଗିରି ବ୍ଲକ ଅଫିସରେ ଚଉକି ଖାଲି, ସବୁ କର୍ମଚାରୀ ସୋମବାର ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିଲେ

Published By : Prameya-News7 Bureau | August 07, 2020 IST

ନୀଳଗିରି,୦୭|୦୮ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ବ୍ଲକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବ୍ଲକ ପରିସରରେ ଛନକା ପଶିଛି। ସଂକ୍ରମଣ ରୋକିବା ପାଇଁ ଅନ୍ୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ।  

ସୂଚନାନୁସାରେ, ଭଦ୍ରକ ଅଂଚଳର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଶୁକ୍ରବାର ପ୍ରଶାସନ ତରଫରୁ ବ୍ଲକ ଅଫିସ ଓ ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍ କରାଯାଇଛି ।  କର୍ମଚାରୀମାନେ ସ୍ୱାବ୍ ଟେଷ୍ଟ କରିବାକୁ ଜିଦ୍ ଧରିବା ସହ ହୋମ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ। ବିଡ଼ିଓ ଅନିତା ନାୟକ ଉପଜିଲ୍ଲାପାଳଙ୍କ ସହ କଥାବାର୍ତା ହୋଇ କର୍ମଚାରୀଙ୍କୁ ହୋମ କ୍ୟାରାଣ୍ଟାଇନରେ ରହିବାକୁ କହିଛନ୍ତି । ଆସନ୍ତା ସୋମବାର କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.