Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦଳ ସୁଦୃଢ଼ ପାଇଁ ଯୁବ ବିଜେଡି ଗଠନ କଲା ନଗର କମିଟି

22/11/2020 at 10:39 PM

ନୀଳଗିରି ୨୧/୧୧: ବାଲେଶ୍ଵର ସଦର ଉପ ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ପରେ ନୀଳଗିରି ବିଜେଡି ଶିବିର ବେଶ ଚଳଚଞ୍ଚଳ ହୋଇଉଠିଛି । ଆଗକୁ ଏନଏସି ନିର୍ବାଚନ ପାଇଁ ଆରମ୍ଭ କରିଛି ବ୍ଲୁ ପ୍ରିଣ୍ଟ । ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସବ୍ୟସାଚୀ ମହାପାତ୍ର ଯୋଗଦାନ କରିବା ପରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ଦିନ ରାତି ଏକ କରିଦେଇଛନ୍ତି । ନଗର କମିଟି ଗଠନ କରି ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ସେ ପୁର୍ବରୁ ନଗର ବିଜେଡି ସଭାପତିଙ୍କ ସହ ଏକ ଜରୁରୀ ଆଲୋଚନା କରିବା ପରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ଜିଲ୍ଳା ସଭାପତି ରବିନ୍ଦ୍ର କୁମାର ଜେନା ,ଯୁବ ବିଜେଡି ସଭାପତି ଶୁଭେନ୍ଦୁ ମଙ୍ଗରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପରେ ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନିର୍ଦେଶରେ ଯୁବ ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ନୀଳଗିରି ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଅନୁମୋଦନରେ ନଗର ଯୁବ ସଭାପତି ଅଭିଷେକ ବେହେରା ୧୩ ଜଣିଆ ନଗରକମିଟି ସୁପାରିଶରେ ଗଠନ ହୋଇଥିଲା। ନୀଳଗିରି ବିଜେଡି ଅଫିସରେ ଆୟୋଜିତ ଏକ ଜରୁରୀ ବୈଠକରେ ବିଧାୟକ ପ୍ରାର୍ଥୀ ସନ୍ତୋ​‌ଷ ଖଟୁଆ,ଯୁବ ବିଜେଡି ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ,ନଗର ବିଜେଡି ସଭାପତି ରବିନ୍ଦ୍ରନାଥ ପରିଡା,ପୁର୍ବତନ କାଉନସିଲର ଲୋକନାଥ ଦଳେଇ,ଆଇନ ଉପଦେଷ୍ଟା ଦିଗାମ୍ବର ସ,ରବିନ୍ଦ୍ର ନାୟକ,ଶିଶିର ରାଉତ ଉପସ୍ଥିତି ରହି ଏହି କମିଟି ଗଠନ କରିବାରେ ନିଷ୍ପତି ଗ୍ରହଣ କରିଥିଲେ।

ନୂତନ ନଗର କମିଟିର ଉପସଭାପତି ଭାବେ  ଗୌରାଙ୍ଗ ବିନ୍ଧାଣି,ହିମାଂଶୁ ମହାନ୍ତି,ଶରତ ଦାସ,ମନୋରଂଜନ ଦାସବାବୁ,ସାଧାରଣ ସମ୍ପାଦକ ଭାବେ ଚନ୍ଦନ ପାତ୍ର,ରାକେଶ କୁମାର ଜେନା,ଚନ୍ଦନ ଦାସ,ପ୍ରଶାନ୍ତ ଦାସ,ଓମପ୍ରକାଶ ତିୱାରୀ, ଭବାନୀ ଶଙ୍କର ରଣା,ସମ୍ପାଦକ ଭାବେ ଦୀପକ ଦଳେଇ,ଦେବାଶିଷ ଦାସ,ପ୍ରଦୀପ ସିଂ,ଦେବକାନ୍ତ ପାତ୍ର,ରଜତ ସିଂ, ସଞ୍ଜିତ କୁମାର ବାଗ,ପୂର୍ଣଚନ୍ଦ୍ର ରଣା,ମୁଖ୍ୟ ଉପଦେଷ୍ଟା ଭାବେ କରୁଣା କର ସ୍ବାଇଁ, ମିଡିଆ ସଂଯୋଜକ ଭାବେ ଚିନ୍ମୟ ସାହୁଙ୍କୁ ଏହି ଦାୟୀତ୍ବ ଅର୍ପଣ କରାଯାଇଛି ।

   Related Posts