କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ପଶିଲା ଚେତା , କଠୋର ହେଲା ପ୍ରଶାସନ : ଅବକାରୀ ଅଫିସ ହେବ ସାନିଟାଇଜ

Published By : Prameya-News7 Bureau | August 10, 2020 IST

ନୀଳଗିରି ୧୦।୦୮ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଜଣେ କରୋନା ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯାହାପରେ ଅଞ୍ଚଳବାସୀଙ୍କ ଚେତା ପଶିଛି। ସେପଟେ ଅମାନିଆଙ୍କ ପାଇଁ ପ୍ରଶାସନ ତରଫରୁ ଯାଞ୍ଚ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନୀଳଗିରି ଉପଖଣ୍ଡ ଏବେ କରୋନା କବଳରେ ଜର୍ଜରିତ। ଅଞ୍ଚଳବାସୀ କରୋନା କବଳରୁ ମୁକ୍ତ ହେବା ପାଇଁ  ଜୀବନ ସହ ଜୁଝୁଛନ୍ତି। ବିଭିନ୍ନ ପଂଚାୟତ ରେ ସରପଞ୍ଚ ମାନେ ଲୋକଙ୍କ ସୁରକ୍ଷା ପାଇଁ ସଟ୍‌ଡାଉନ୍ ଘୋଷଣା କରୁଛନ୍ତି। ହେଲେ ନୀଳଗିରି ଏନଏସି ସଟଡାଉନ ଘୋଷଣା ହେଲେ ମଧ୍ୟ ବାଇପାସ ରୋଡ଼ ଖାଲି ରହୁଛି।

ମଙ୍ଗଳବାର ସକାଳ ୫ ଟା ପର୍ଯ୍ୟନ୍ତ ସଟଡାଉନ ସତ୍ତ୍ୱେ ବହୁ ଅମାନିଆ ବଜାରରେ ବୁଲିଛନ୍ତି । ହେଲେ ଗତକାଲି ଘାଟଘରସାହି ଅଂଚଳରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଘଟଣା ଚାରିଆଡେ ପ୍ରଚାର ହେବା ପରେ ଗତକାଲି ଠାରୁ ବଜାରଘାଟ ଫାଙ୍କା ହୋଇଯାଇଛି। ଅମାନିଆ ମଧ୍ୟ ଭୟଭୀତ ହୋଇ ଘରେ ରହିଛନ୍ତି। ତେବେ ପ୍ରଶାସନ ତରଫରୁ ସହରର ମୁଖ୍ୟ ରାସ୍ତାରେ ଯାଞ୍ଚ ପାଇଁ ପୋଲିସ କର୍ମଚାରୀ ଓ ଏନଏସି କର୍ମଚାରୀ ମୁତୟନ ହୋଇଛନ୍ତି।

ଏପରିକି ନୀଳଗିରି ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ନିଜେ ରହି ଯାଞ୍ଚ କରୁଥିବାର ଦେଖାଯାଇଛି। ତେବେ ଚିନ୍ତାର ବିଷୟ ପାଲଟିଛି ନୀଳଗିରି ଅବକାରୀ ବିଭାଗର ଜଣେ କନେଷ୍ଟବଳଙ୍କ ସ୍ୱାମୀଙ୍କୁ କରୋନା ଚିହ୍ନଟ ହେବା। କନେଷ୍ଟବଳ ଜଣକ ବାଲେଶ୍ୱରରୁ ଯିବା ଆସିବା କରିବା ,ଷ୍ଟାଫ ମାନଙ୍କ ସହ ମିଶିବା, ଚଢ଼ାଉରେ ଯିବା, ଗିରଫ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଭଳି ଘଟଣା ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆଜି ଏଭଳି ସୂଚନା ମିଳିବା ପରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଆତଙ୍କିତ ହୋଇପଡିଛନ୍ତି। ସମସ୍ତ ଙ୍କ ସ୍ୱାବ ଟେଷ୍ଟ କରିବା ଜରୁରୀ ବୋଲି ଅବକାରୀ ବିଭାଗ ର ଓଆଇସି ଲକ୍ଷସାଧବ ପ୍ରଧାନ କହିଛନ୍ତି।ଆସନ୍ତାକାଲି ଅବକାରୀ ଅଫିସ ଓ ପରିସର ସାନିଟାଇଜ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.