ପୁରୀ ସିଂହଦ୍ୱାର ସମ୍ମୁଖରେ ନିଳାଦ୍ରୀ ମହୋତ୍ସବ ଅନୁଷ୍ଠିତ : ଭକ୍ତଙ୍କ ଭିଡ଼

Published By : Prameya-News7 Bureau | September 22, 2019 IST

ପୁରୀ ୨୨/୯: ପୁରୀ ସିଂହଦ୍ୱାର ସମ୍ମୁଖରେ ନିଳାଦ୍ରୀ ମହୋତ୍ସବ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ରବିବାର ସକାଳ ପରି ବଡଦାଣ୍ଡରେ ନୃତ୍ୟ ସଂଗୀତ, କଳା ଓ ଯୋଗ ପ୍ରାଣାୟମ ଭଳି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି । ବିଶେଷ କରି ଆଜି କର୍ଣ୍ଣାଟକର ମହୀଶୁରରୁ ଆସିଥିବା ଭଜନମଣ୍ଡଳୀ ଦ୍ୱାରା ସମୁହ ଭଜନ ପରିବେଷଣ କରାଯାଇଥିଲା।

{"id":160965}

କର୍ଣ୍ଣାଟକରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ କଳାକାର ଏଥିରେ ଭାଗ ନେଇ ମହାପ୍ରଭୁଙ୍କ ଆରାଧନା କରିବା ସହ ସଂଗୀତ ଓ ଭଜନ ପରିବେଷଣ କରିଥିଲେ। ସେହିପରି ବଡ଼ଦାଣ୍ଡରେ ଝୋଟି, ଚିତା ଓ ମୁରୁଜରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ କଳାକାରମାନେ।

{"id":160966}

ଯୋଗ ପ୍ରାଣାୟମ ମଧ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ଗୋଟିପୁଅ ନୃତ୍ୟ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ଦଳ ମଧ୍ୟ ଆକର୍ଷଣୀୟ ସଂକୀର୍ତ୍ତନ ପରିବେଷଣ କରିଥିଲେ।

{"id":160967}

ଚିତ୍ରଶିଳ୍ପୀ ମାନେ ମହାପ୍ରଭୁଙ୍କୁ ପ୍ରସଙ୍ଗ କରି ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଗତ ୧୧ ସପ୍ତାହ ଧରି ଏହି ଆଧ୍ୟାତ୍ମିକ ମହୋତ୍ସବ ଦର୍ଶକ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ନୂଆ ଅନୁଭବ ଆଣିଦେଇଛି ।

{"id":160968}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.