Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଦୀର୍ଘ ୧୩ ଦିନ ପରେ ଆଜି ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା

16/07/2019 at 8:44 AM

ପୁରୀ ୧୬|୭: ଦୀର୍ଘ ୧୩ ଦିନ ପରେ ଆଜି ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ପୁଣି ରତ୍ନସିଂହାସନକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂରତି । ଆଜି ମିଳିବ ନୀଳାଚଳ ଅବଢ଼ା । ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ମିଳିବ । ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡପ ଅବଢ଼ା ପାଇଥିଲେ । କିନ୍ତୁ ବାହୁଡା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ା ପାଇବାରୁ ବଞ୍ଚିତ ଥିଲେ ।

ଗତକାଲି ଶ୍ରୀଜିଉମାନଙ୍କୁ ରୀତିନୀତି ଅନୁସାରେ ପହଣ୍ଡି କରାଯାଇ ନୀଳାଦ୍ରି ବିଜେ ନିଆଯାଇଥିଲା । ଅପରାହ୍ଣ ୩ଟା ବେଳକୁ ଆରମ୍ଭ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଜେ କାହାଳି ବାଜିବା ପରେ ଚକ୍ରରାଜ ମହାପ୍ରଭୁ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା । ପରେ ପରେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇ ରତ୍ନସିଂହାସନରେ ବିଜେ କରାଯାଇଥିଲା । ଶେଷରେ ଆରମ୍ଭ ହୋଇଥିଲା କାଳିଆ ଠାକୁରଙ୍କ ପହଣ୍ଡି । ପରମ୍ପରା ମୁତାବକ ଜୟବିଜୟ ଦ୍ବାର ନିକଟରେ ବଚନିକା ପରେ ମାଆ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ମହାପ୍ରଭୁଙ୍କ ଏ ଅପୂର୍ବ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଉଚ୍ଛୁଳିଥିଲା ଶ୍ରୀକ୍ଷେତ୍ର । ରତ୍ନବେଦୀରେ ଦାରୁବ୍ରହ୍ମଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଆଜି ଚନ୍ଦ୍ରଗ୍ରହଣ ଯୋଗୁଁ ମଧ୍ୟାହ୍ନ ଧୂପ ପରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

   Related Posts