ନିଆରା ପରମ୍ପରା : ଦେବୀ ଦୁର୍ଗାଙ୍କ ପୂଜାରେ ମା’ ନୀଳ ସରସ୍ଵତୀଙ୍କୁ ଆବାହନ

Published By : Prameya-News7 Bureau | October 24, 2020 IST

ଭଦ୍ରକ ୨୪।୧୦: ଯିଏ ଦୁର୍ଗା ସିଏ ଲକ୍ଷ୍ମୀ ଓ ସିଏ ବି ମା’ ସରସ୍ଵତୀ । ମା’ ଦୁର୍ଗାଙ୍କ ଆଦିରୂପ ହେଉଛନ୍ତି ନୀଳବର୍ଣ୍ଣା ସରସ୍ବତୀ । ସେଥିପାଇଁ ଦୁର୍ଗା ପୂଜାରେ ମା’ ନୀଳ ସରସ୍ଵତୀଙ୍କୁ ପୂଜା କରନ୍ତି ଗୋବିନ୍ଦପୁରର ଗାଁ ଲୋକେ। ପାର୍ବଣ ଋତୁରେ ଏହି ଗାଁର ଲୋକେ ମା’ ଦୁର୍ଗାଙ୍କ ସ୍ଥାନରେ ମା’ ସରସ୍ଵତୀଙ୍କୁ ପୂଜା କରନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ଗାଁ । ଏଠି ଦୁର୍ଗା ମା’ଙ୍କ ବଦଳରେ ମା’ ନୀଳ ସରସ୍ଵତୀ ପୂଜା ପାଉଛନ୍ତି । କିନ୍ତୁ ଏଥର କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତଙ୍କ ସମାଗମରେ ଚାଲିଛି ମା’ ଙ୍କ ଆରାଧନା ।

{"id":350042,"sizeSlug":"large"}

ଶରତ ଋତୁ ରେ କାଶତଣ୍ଡି ଫୁଲ ସ୍ଵାଗତ କରେ ଦେବୀଙ୍କ ଆଗମନକୁ ।  ଆଉ ଦେବୀ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଥାନ୍ତି ।  ହେଲେ ଏହି ସମୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁର ଗାଁରେ ଦେବୀ ଦୁର୍ଗା ନୁହେଁ ମା’ ନୀଳ ସରସ୍ଵତୀ ପୂଜା ପାଅଥାନ୍ତି । ଏହି ଗାଁରେ ମାଟି ସଂପ୍ରଦାୟର ଲୋକ ବସବାସ କରନ୍ତି । ସ୍ଥାନୀୟ ଲୋକେ କୁହନ୍ତି ଯେ, ମା’ ନୀଳ ସରସ୍ଵତୀଙ୍କ ପୂଜା ପଛରେ ବହୁ ପୌରାଣିକ କାହାଣୀ ରହିଛି । ଯିଏ ଦୁର୍ଗା ସେ ହିଁ ସରସ୍ଵତୀ । ମହିଷାସୁରଙ୍କ ଦାଉରୁ ଅତିଷ୍ଟ ହୋଇ ତ୍ରିଦେବ ମା’ଙ୍କ ଆବାହନ କରିଥିଲେ ।  ସେତେବେଳେ ମା’ ସରସ୍ଵତୀ ନୀଳ ବର୍ଣ୍ଣା ଥିଲେ ।  ଆଉ ନୀଳ  ସରସ୍ବତୀ ହେଉଛନ୍ତି ମା’ ଦୁର୍ଗାଙ୍କ ଆଦିରୂପ ।

{"id":350043,"sizeSlug":"large"}

ଏଠାରେ ମଧ୍ୟ ସମାନ ରୀତିନୀତିରେ ପୂଜାପାଠ କରାଯାଏ ।  ଆବାହନ ଓ ବିସର୍ଜନ ମଧ୍ୟ ଦେବୀ ଦୁର୍ଗାଙ୍କ ପରି ସେହି ଦିନମାନଙ୍କରେ ହୁଏ । ମା’ଙ୍କ ମୂର୍ତ୍ତି ନିକଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସହ ଗଣେଶ ଓ କାର୍ତ୍ତିକ ମଧ୍ୟ ପୂଜା ପାଇଥାନ୍ତି । ମା’ ହାତରେ ଲେଖନୀ ଓ ଖାଦ୍ୟ ଗୋଟଳା ମଧ୍ୟ ଧାରଣ କରିଥାନ୍ତି ।  ମା’ ସରସ୍ଵତୀଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୁଏ ବୋଲି ଲୋକେ ବିଶ୍ବାସ ରଖନ୍ତି । ସେଥିପାଇଁ ବହୁ ଦୂର ଦୂରାନ୍ତରୁ ଭକ୍ତ ମାନେ ଛୁଟି ଆସନ୍ତି ଏହି ନୀଳ ସରସ୍ଵତୀଙ୍କ ପୀଠକୁ ।

{"id":350045,"sizeSlug":"large"}

କିନ୍ତୁ ଏଥର ସବୁ ଶୂନଶାନ । ତୋରଣ ତିଆରି ହୋଇନି, ଆଲୋକ ସଜ୍ଜା ଓ ମାଇକ୍ ମଧ୍ୟ ବନ୍ଦ କରାଯାଇଛି । ଗାଁ ସାରା ଲୋକ ମା’ଙ୍କୁ ସ୍ଵାଗତ କରି ଘରକୁ ଝୋଟି ଓ ଚିତାରେ ରଙ୍ଗେଇଛନ୍ତି । କିନ୍ତୁ ଶ୍ରଦ୍ଧାଳୁମାନେ ବାହାରୁ ରହି ଭୋଗ କରି ଫେରୁଛନ୍ତି ।  ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ କମିଟି ତରଫରୁ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.