ଶୀଘ୍ର ବିବାହ କରିବେ ନିକ୍କି ତମ୍ବୋଲୀ, ଟାଇମପାସ୍ ରିଲେସନସିପକୁ କଲେ ନାହିଁ

Published By : Prameya-News7 Bureau | July 02, 2021 IST

ମୁମ୍ବାଇ ୦୨/୦୭: ଅଭିନେତ୍ରୀ ନିକ୍କି ତମ୍ବୋଲୀ ବିଗ୍ ବସ୍ ୧୪ ପରେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ କେପଟାଉନରୁ ଖତ୍ରୋଁ କେ ଖିଲାଡି ୧୧ ର ସୁଟିଂ ଶେଷ କରି ମୁମ୍ବାଇ ଫେରିଛନ୍ତି । ବର୍ତ୍ତମାନ ନିକ୍କି ବହୁତ ବେସ୍ତ ରହୁଛନ୍ତି, ତାଙ୍କ ପାଖରେ କାମର କୌଣସି ଅଭାବ ନାହିଁ । ନିକଟରେ ନିକ୍କି ଏକ ଇଣ୍ଟରଭ୍ୟୁରେ ତାଙ୍କ ପର୍ସନାଲ୍ ଲାଇଫ୍ ସହ ଜଡିତ ଅନେକ କଥା କହିଛନ୍ତି । ନିକ୍କି କହିଛନ୍ତି, ସେ ଟାଇମପାସ୍ ରିଲେସନସିପରେ ରହିବାକୁ ଚାହୁଁ ନାହାଁନ୍ତି । ଯଦି ତାଙ୍କୁ ଏକ ଭଲ ପୁଅ ମିଳିଯାଆନ୍ତି ତେବେ ସେ ଶୀଘ୍ର ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ।

{"width":552,"height":367}
Bigg Boss 14 contestant Nikki Tamboli self-quarantines at home after  testing positive for coronavirus-Entertainment News , Firstpost

ନିକ୍କି କହିଛନ୍ତି, ମୋତେ କାହାର ଜୀବନ ଖରାପ କରିବାର ନାହିଁ । ମୁଁ ବହୁତ ଓପନ୍ କି ମୋ ପାଖରେ ସମୟ ନାହିଁ । ମୋର ଟାଇମପାସ୍ ରିଲେସନସିପର ଆବଶ୍ୟକତା ନାହିଁ । ମୋର ନିଜ ପାଇଁ ସମୟ ନାହିଁ, ତେବେ ମୁଁ କାହିଁକି ମୋର ମିଥ୍ୟା ସମୟ ଅନ୍ୟକୁ ଦେବି? ' ସିରିୟସ୍ ସମ୍ପର୍କ ବିଷୟରେ ପଚରାଯିବାରୁ ନିକ୍କି କହିଛନ୍ତି, ଯଦି ମୁଁ ଆଜି ବି ଭଲ ପୁଅ ପାଇବି, ତେବେ ମୁଁ ତାଙ୍କୁ ବିବାହ କରିନେବି । ଏହିପରି ଟାଇମପାସ୍ ପାଇଁ ମୋର ସମୟ ନାହିଁ । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ପାଇଁ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସେ କାର୍ଯ୍ୟରେ ଧ୍ୟାନ ଦେଉଛନ୍ତି । ଯଦି କେହି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି ଏବଂ ଅଭିନେତ୍ରୀ ସେହି ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି, ତେବେ ସେ ତାଙ୍କୁ ଯେକୌଣସି ସମୟରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ।

ନିକ୍କି ମଡେଲିଂରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଅଭିନେତ୍ରୀ ତେଲୁଗୁ ହରର୍ କମେଡି ଫିଲ୍ମ 'ଚିକଟି ଗାଡିଲୋ ଚିଠାକୋଟଡୁ' ରୁ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ସେ 'କଞ୍ଚନା ୩'ରେ ଅଭିନୟ କରିଥିଲେ । ସେ ରିଆଲିଟି ଶୋ 'ବିଗ୍ ବସ୍ ୧୪' ସହିତ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.