ନାଗିନ୍ ହେବା ପାଇଁ ଚାହିଁ ରହିଛନ୍ତି ନିକ୍କି ତାମ୍ବୋଲି: କହିଲେ, ଶୋ’ ପାଇଁ ମୁଁ ପରଫେକ୍ଟ ଅଛି

Published By : Prameya-News7 Bureau | June 16, 2021 IST

ମୁମ୍ବାଇ ୧୬/୦୬: ବିଗ୍ ବସ୍ ୧୪ ରୁ ଲାଇମଲାଇଟରେ ଆସିଥିବା 'ଖତ୍ରୋଁ କେ ଖିଲାଡି ୧୧'ର ପ୍ରତିଯୋଗୀ ନିକ୍କି ତାମ୍ବୋଲି ଆଜିକାଲି କେପଟାଉନରେ ସୁଟିଂ କରୁଛନ୍ତି। ଏହି ବର୍ଷ ନିକ୍କି ପାଇଁ ଏକ ଯନ୍ତ୍ରଣାଦାୟକ ବର୍ଷ ହୋଇଛି । ନିକଟରେ କରୋନା କାରଣରୁ ସେ ନିଜ ଭାଇଙ୍କୁ ହରାଇଛନ୍ତି, କିନ୍ତୁ ଏସବୁ ପରେ ମଧ୍ୟ ସେ ନିଜ କ୍ୟାରିୟର ବିଷୟରେ ବହୁତ ସଚେତନ । ନିକଟରେ ସେ ଏକତା କପୁରଙ୍କ ପ୍ରସିଦ୍ଧ ଶୋ ନାଗିନରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଏହି ଶୋ ପାଇଁ ସେ ପରଫେକ୍ଟ ।

{"width":630,"height":355}
Bigg Boss 14: Is Nikki Tamboli trying to be desi Kim Kardashian?

ନିକ୍କି ତାମ୍ବୋଲି କହିଛନ୍ତି ଯେ ଯଦି ମୋତେ ଏକ ଆକର୍ଷଣୀୟ ଚରିତ୍ର ଦିଆଯାଏ, ତେବେ ମୋତେ ଦୈନିକ ସୋପ୍ ଡ୍ରାମା କରିବାରେ କୌଣସି ଆପତ୍ତି ନାହିଁ। ନିକ୍କି କହିଛନ୍ତି 'ମୁଁ ଅଭିନୟକୁ ଭଲ ପାଏ ଏବଂ ବର୍ତ୍ତମାନ ମୋର ରିଆଲିଟି ଶୋ ପରେ ମୁଁ ଏହା ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୁଁ OTT ପ୍ଲାଟଫର୍ମରେ କାମ କରିବାକୁ ବହୁତ ଆଗ୍ରହୀ, କିନ୍ତୁ ସେହି ସମୟରେ ମୁଁ ସାଉଥ୍ ଫିଲ୍ମରେ କାମ ଜାରି ରଖିବି କାରଣ ମୋର ସେଠାରେ ଏକ ଆଧାର ଅଛି ।

ଏହି ବାର୍ତ୍ତାଳାପରେ ନିକ୍କି ତାମ୍ବୋଲି ଆହୁରି କହିଛନ୍ତି, 'ଯଦି ଏକ ଭଲ ଭୂମିକା ଅଫର୍ ଅଛି, ତେବେ ମୋର ଦୈନିକ ସୋପ୍ କରିବାରେ କୌଣସି ଅସୁବିଧା ନାହିଁ । ମୁଁ ଦର୍ଶକଙ୍କ ସହିତ ସଂଯୋଗ ହୋଇ ସେମାନଙ୍କ ହୃଦୟ ଜିତିବାକୁ ଚାହୁଁଛି । ଯଦି ଶୋ’ରେ ମୋର ଚରିତ୍ର  କାନ୍ଦୁଛି, ତେବେ ମୁଁ ସେହି ଦୃଶ୍ୟକୁ ଏପରି କରିବାକୁ ଚାହୁଁଛି ଯେ ଲୋକମାନେ ମଧ୍ୟ କାନ୍ଦିବା ଆରମ୍ଭ କରିବେ। ମୁଁ ଜାଣେ ମୁଁ ଜଣେ ଭଲ ଅଭିନେତ୍ରୀ, କିନ୍ତୁ ମୁଁ ସେହି ସମୟକୁ ଅପେକ୍ଷା କରିଛି ।‘

{"width":631,"height":349}
Bigg Boss 14 contestant Nikki Tamboli tests positive for COVID-19, in home  quarantine | Entertainment News,The Indian Express

ନିକ୍କି ତାମ୍ବୋଲି କହିଛନ୍ତି, 'ସୁପର ନାଚୁରାଲ୍ ଶୋ ’କରିବାରେ ମୋର କୌଣସି ଅସୁବିଧା ନାହିଁ। ମୁଁ ଏପରି ଶୋ କରିବାକୁ ଚାହୁଁଛି । ଯଦି ମୋତେ ନାଗିନ ଅଫର୍ ଦିଆଯାଏ, ତେବେ ମୁଁ ଆଖି ବନ୍ଦ କରି ହଁ କହିବି । ମୁଁ ଡ୍ରାମା କରିବାକୁ ପସନ୍ଦ କରେ । ମୁଁ ଭାବୁଛି ନାଗିନ୍ ଶୋ ପାଇଁ ମୁଁ ଉପଯୁକ୍ତ । ନିକ୍କି ଆହୁରି କହିଛନ୍ତି ଯେ ଏକତା କପୁରଙ୍କ ସହିତ କାମ କରିବାକୁ ସମସ୍ତେ ଚାହାଁନ୍ତି । ନାଗିନ୍ ମଧ୍ୟ ଏକ ଲୋକପ୍ରିୟ ଫ୍ରାଞ୍ଚାଇଜ୍ । କିଏ ଏହାର ଅଂଶ ହେବାକୁ ଇଚ୍ଛା କରିବ ନାହିଁ? ଯଦି ମୁଁ ଏହି ସୁଯୋଗ ପାଏ, ତେବେ ମୁଁ ଏହାକୁ ହାତଛଡ଼ା କରିବି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.