Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ନିକିତାଙ୍କୁ ଠେଲି ଦେଇଥିଲେ ତାଙ୍କ ସ୍ବାମୀ ଲିପନ

8/01/2019 at 3:16 PM

କଟକ ୮|୧: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଆକସ୍ମିକ ନୁହେଁ ବରଂ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ଲିପନ ହିଁ ଦାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବଚସା, ପରେ ଠେଲାପେଲା ହେତୁ ନିକିତା ଛାତରୁ ପଡି ପ୍ରାଣ ହରାଇଛନ୍ତି ବୋଲି କଟକ ଡିସିପି ଅଖିଳେଶ୍ବର କହିଛନ୍ତି । କିନ୍ତୁ ଏହି ଘଟଣା ସହିତ ଆହୁରି ଅନେକ କାରଣ ମଧ୍ୟ ଯୋଡି ହୋଇ ରହିଛି । ଯେଉଁଥି ଲାଗି ନିକିତାଙ୍କ ଶ୍ବଶୁରଘର ଲୋକଙ୍କୁ ଅଧିକ ପଚରା ଉଚରା କରାଯାଇପାରେ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଆଂଶିକ ଭାବେ ପର୍ଦ୍ଦା ଉଠିଛି । ନିକିତାଙ୍କ ଅଚାନକ ମୃତ୍ୟୁର କାରଣ, ତାଙ୍କ ସ୍ବାମୀ ଲିପନ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ପାରିପାର୍ଶ୍ବିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ହିଁ ନିକିତା ମୃତ୍ୟୁ ପାଇଁ ଦାୟୀ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି ।  ଘଟଣା ଦିନ ଉଭୟ ଲିପନ ଓ ନିକିତାଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା, ପରେ ଛାତ ଉପରେ ଉଭୟ ମଧ୍ୟରେ ଠେଲାପେଲା ଯୋଗୁଁ ନିକିତା ଛାତରୁ ଖସିପଡିଥିଲେ, ଯାହାଥିଲା ତାଙ୍କ ମୃତ୍ୟୁର କାରଣ ଥିଲା ଏବଂ ଏ ସମସ୍ତ ଘଟଣାକ୍ରମକୁ ଜେରା ସମୟରେ ଅଭିଯୁକ୍ତ ଲିପନ ସ୍ବୀକାର କରିଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି ।

କିନ୍ତୁ ଏହି ଘଟଣା ଉପରୁ ଯେତିକି ପର୍ଦ୍ଦା ଉଠିଛି, ତାହା ସମ୍ପୂର୍ଣ୍ଣ ନୁହେଁ । ପୁଲିସ ଆହୁରି ଅନେକ ଦିଗକୁ ନେଇ ଏବେବି ତଦନ୍ତ ଜାରି ରଖିଛି । ଲିପନ ଓ ନିକିତା ଇଣ୍ଟରକାଷ୍ଟ ଲଭ୍ ମ୍ୟାରେଜ କରିଥିଲେ । ଯାହା ଲିପନଙ୍କ ପରିବାରକୁ ମଞ୍ଜୁର ନଥିଲା । ଏହା ବାଦ୍‌ ଆହୁରି ଅନେକ କାରଣକୁ ନେଇ ଶ୍ବଶୁରଘରେ ନିକିତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବାର ପ୍ରମାଣ ପୁଲିସକୁ ମିଳିଛି । ଲିପନଙ୍କ ଉପରେ ନିଜ ପରିବାରର ଚାପ ଥିବା କାରଣରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ଲାଗି ରହୁଥିଲା । ତେଣୁ ନିକିତା ଘରୋଇ ହିଂସାର ଶୀକାର ହୋଇଥିବା କଥାକୁ ଡିସିପି ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଇନ ଅଦାଲତରେ ନିଜର ପକ୍ଷକୁ ଆହୁରି ଦୃଢୀଭୂତ କରିବାଲାଗି ପୁଲିସକୁ ଅଧିକ ପ୍ରମାଣ ଆବଶ୍ୟକ । ସେଥିଲାଗି ନିକିତାଙ୍କ ଶ୍ବଶୁର ଘର ଲୋକଙ୍କୁ ଅଧିକ ପଚରା ଉଚରା କରାଯାଇପାରେ ବୋଲି ପୋଲିସ ।

ନିକିତା ମୃତ୍ୟୁର ମିଷ୍ଟ୍ରି ଉପରୁ ପର୍ଦ୍ଦା ଉଠାଇବାଲାଗି ଗତକାଲି ଚାଉଳିଆଗଞ୍ଜ ଥାନା ପୋଲିସ, ଫରେନ୍ସିକ୍ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ମହାନଦୀ ବିହାର ସ୍ଥିତ ବାସଭଭନରେ ପହଞ୍ଚି ତଦନ୍ତ କରିଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପ୍ରମାଣ ଯୋଗାଡ କରିବାକୁ ତଦନ୍ତକାରୀ ଟିମ୍ ପ୍ରାୟ ୪ ଘଣ୍ଟାର କସରତ କରିବାକୁ ପଡିଛି । ପରେ ଯାଇ ଏହି ସତ ସାମ୍ନାକୁ ଆସିଛି ଯେ, ନିକିତା ମୃତ୍ୟୁର କାରଣ ତାଙ୍କ ସ୍ବାମୀ ଲିପନ । କିନ୍ତୁ କୋର୍ଟ ଅଫ୍ ଲ ରେ ଏହାକୁ ପ୍ରମାଣିତ କରିବାରେ ପୋଲିସ ସକ୍ଷମ ହେବକି ନାହିଁ, ତାହା ଦେଖିବାର କଥା ।

   Related Posts