Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନୀକିତା ମର୍ଡର କେସ୍: ଦିଲ୍ଲୀ-ମଥୁରା ରାଜମାର୍ଗରେ ଧାରଣାରୁ ହଟିଲେ ପରିବାର, ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍- ଆମକୁ ‘ୟୁପି ପରି ନ୍ୟାୟ ଦରକାର’

27/10/2020 at 5:58 PM

ନୂଆଦିଲ୍ଲୀ ୨୭।୧୦: ହରିୟାଣାର ଫରିଦାବାଦ ଜିଲ୍ଲାରେ ପରୀକ୍ଷା ଦେଇ କଲେଜ୍‌ରୁ ଫେରୁଥିବା ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲା ଏବେ ନୂତନ ମୋଡ ନେଇଛି। ମୃତକଙ୍କ ପରିବାର ଲୋକ ସଡକ ଉପରେ ଦେଇଥିବା ଧାରଣାରୁ ହଟି ଯାଇଛନ୍ତି। ନୀକିତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟ ନିଆଯାଇଛି। ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ତେଜନାର ମାହୋଲ ରହିଛି।

ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ଲୋକଙ୍କ କ୍ରୋଧ ଥମିନାହିଁ। କାରଣ ମାମଲାରେ ଲଭ ଜିହାଦ୍‌ ଦିଗ ସାମ୍ନାକୁ ଆସିବା ପରେ ହଙ୍ଗାମା ଆରମ୍ଭ ହୋଇଛି। ଏହି ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। ଘଟଣାକୁ ନେଇ ବିଜେପିର କର୍ମକର୍ତ୍ତା ହଙ୍ଗାମା ଆରମ୍ଭ କରି ଦେଇଛନ୍ତି।

ସାହାଯ୍ୟ କରିବାକୁ କେହି ଆସିଲେ ନାହିଁ

ପୀଡିତାଙ୍କ ପରିବାର ସଡକ ଉପରେ ବସିଛନ୍ତି ଏବଂ ତାଙ୍କ ସହିତ ଥିବା ଲୋକ ଦିଲ୍ଲୀ-ମଥୁରା  ଜାତୀୟ ରାଜମାର୍ଗକୁ ଅବରୋଧ କରି ରଖିଛନ୍ତି। ମୃତକଙ୍କ ପରିଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଛନ୍ତି ଯେ, ଯେଉଁଭଳି ଉତ୍ତର ପ୍ରଦେଶରେ ଅପରାଧୀଙ୍କ ଅନକାଉଣ୍ଟର ହେଉଛି, ସେହି ଭଲି ଏନକାଉଣ୍ଟର  ହରିୟାଣାରେ କଣ ପାଇଁ ହେଉ ନାହିଁ। ଆମକୁ ୟୁପି ପରି ନ୍ୟାୟ ଦରକାର। ପରିବାର ଲୋକ ଏହା ମଧ୍ୟ କହିଛନ୍ତି, ଆମେ ସର୍ବଦା ବିଜେପିକୁ ସମର୍ଥନ ଦେଇ ଆସିଛୁ। ହେଲେ ଆଜି ଆମ ସହିତ କେହି ନାହାନ୍ତି। ଆଜି ଆମର ସାହାଯ୍ୟ ପାଇଁ ନା ବିଜେପିର ଲୋକ ଆସିଲେ ନା ବିଏସପିର।

ବିବାହ ପାଇଁ  ବଳପ୍ରୟୋଗ

କୁହାଯାଉଛି ଗିରଫ ଯୁବକ ଛାତ୍ରୀ ନୀକିତାଙ୍କ ସହ ପଢୁଥିଲା। ଯୁବକ ବନ୍ଧୁତା ପାଇଁ ନୀକିତା ଉପରେ ବାରମ୍ଵାର ଚାପ ପକାଉଥିଲା। ମାତ୍ର ନୀକିତା ସ୍ପଷ୍ଟ ଭାବେ ବନ୍ଧୁତା କରିବେ ନାହିଁ ବୋଲି କହିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ୨୦୧୮ରେ ନୀକିତାଙ୍କୁ ଅପହରଣ ମଧ୍ୟ କରିଥିଲା। ହେଲେ ସେହି ସମୟରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା।

ଅନ୍ୟପଟେ ଗଣମାଧ୍ୟମ ସହ ଆଲୋଚନା  ବେଳେ ମୃତକଙ୍କ ପରିବାର ଲୋକ କହିଛନ୍ତି, ଅଭିଯୁକ୍ତ ତୌସିଫ ଆମ ଝିଅକୁ ବିବାହ କରିବା ଲାଗି ଚାପ ପକାଉଥିଲା। ଝିଅ ପରୀକ୍ଷା ଦେବାକୁ ଯାଇ ଫେରୁଥିବା ସମୟରେ ଅଭିଯୁକ୍ତ ଗୁଳି କରି ହତ୍ୟା କରିଛି। ଉକ୍ତ ଯୁବକ ସହ ବିବାହ କରିବାକୁ ଆମ ଝିଅ କେବେ ମଧ୍ୟ ରାଜିନଥିଲା।

ତୌସିଫର ରାଜନୈତିକ ବ୍ୟାକଗ୍ରାଉଣ୍ଡ

ଉଲ୍ଲେଖନୀୟ ଅଭିଯୁକ୍ତ ତୌସିଫର ଜେଜେ ବାପା କବିର ଅହମ୍ମଦ ବିଧାୟକ ଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତର କକା ପୁଅ ଅଫତାବ ଅହମ୍ମଦ ମେଓ୍ଵାତ ଜିଲ୍ଲାର ନୁହଁ ଆସନରୁ କଂଗ୍ରେସ ବିଧାୟକ। ଅଫତାବ ଅହମ୍ମଦର ପୁଅ ହରିୟାଣାର ପୂର୍ବତନ ମନ୍ତ୍ରୀ। ଅଭିଯୁକ୍ତର ସଂପର୍କୀୟ କକା ଜାଭେଦ ଅହମ୍ମଦ ଏଥର ସୋହନା ବିଧାନସଭା ଆସନରୁ ବିଏସପି ଟିକେଟ୍‌ରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ।

   Related Posts