ନିକିତା ହତ୍ୟାକାଣ୍ଡ : ବଲ୍ଲଭଗଡରେ ନିକିତାଙ୍କ ପକ୍ଷରେ ମହାପଞ୍ଚାୟତ, ରାଜପଥ ଜାମ୍ କଲେ ଉତ୍ତ୍ୟକ୍ତ ଲୋକେ, ପୋଲିସର ଲାଠିଚାର୍ଜ

Published By : Prameya-News7 Bureau | November 01, 2020 IST

ଫରିଦାବାଦ ୦୧/୧୧ : ଫରିଦାବାଦର ନିକିତା ହତ୍ୟା ମାମଲାକୁ ନେଇ ରବିବାର ଦିନ ବଲ୍ଲଭଗଡରେ ମହାପଞ୍ଚାୟତ ଡକା ଯାଇଥିଲା। ସର୍ବ ସମାଜ ପଞ୍ଚାୟତରେ ନିଷ୍ପତ୍ତି ନିଆଗଲା ଯେ ୨୧ ବର୍ଷୀୟ ନିକିତା ହତ୍ୟା ମାମଲାରେ ଦୋଷୀଙ୍କୁ ଖୁବ ଶୀଘ୍ର ଫାସୀ ଦଣ୍ଡ ଦିଆଯିବ। ଏହାପରେ ଫରିଦାବାଦ-ବଲ୍ଲଭଗଡ଼ ରାଜପଥ ଯାମ ହୋଇଥିଲା। ଧୀରେ ଧୀରେ ଲୋକଙ୍କ ଭିଡ ଉଗ୍ର ରୂପ ନେଇଥିଲା। ଏହାପରେ ରାଜପଥରେ ପଥର ମାଡ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା ମଧ୍ୟ କରିଥିଲେ। ସ୍ଥିତି ବିଗିଡ଼ିବାରୁ ପୋଲି ଲାଠିଚାର୍ଜ କରିଛି।

ବର୍ତ୍ତମାନ ପୋଲିସ ଲୋକଙ୍କ ଜାମ ହଟାଇ ରାସ୍ତା ସଫା କରିଛି। ପୋଲିସ ପଞ୍ଚାୟତର କିଛି ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ତାଙ୍କୁ ବୁଝାସୁଝା କରି ରାଜପଥରୁ ଜାମ ହଟାଇଛି। କିନ୍ତୁ ରାଜପଥରେ ଏବେ ମଧ୍ୟ ଲୋକଙ୍କ ଭିଡ ରହିଛି।

{"id":354268,"sizeSlug":"large"}

ରବିବାର ଦିନ ସର୍ବ ସମାଜ ମହାପଞ୍ଚାୟତ ଡକା ଯାଇଥିଲା। ଏହି ମହାପଞ୍ଚାୟତରେ ଆଖପାଖ ଗାଁର ଲୋକେ ମଧ୍ୟ ସାମିଲ ହୋଇଥିଲେ। ମହାପଞ୍ଚାୟତ ଚାଲିଥିବା ସମୟରେ କିଛି ଲୋକେ ବାହାରି ଯାଇ ରାସ୍ତା ଜାମ୍ କରିଥିଲେ। ପୋଲିସ ଏମାନଙ୍କୁ ହଟାଇବାକୁ ଚେଷ୍ଟା କରିବାକୁ ଏମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ। ଏହାପରେ ପୋଲିସ ଲାଠିଚାର୍ଜ କରିଥିଲା। ଯେଉଁମାନେ ରାସ୍ତା ଜାମ କରି ପୋଲିସ ଉପରକୁ ପଥର ମାଡ କରିଥିଲେ ସେମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି ବୋଲି କହିଛନ୍ତି ଏସିପି। ଏହି କାର୍ଯ୍ୟରେ ସାମିଲ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

{"id":354270,"sizeSlug":"large"}

ସୂଚନାଯୋଗ୍ୟ ଯେ, ଫରିଦାବାଦ ଜିଲ୍ଲା ବଲ୍ଲଭଗଡରେ ସୋମବାର ଦିନ ପରୀକ୍ଷା ଦେଇ ଫେରୁଥିବା ବି.କମ ତୃତୀୟ ବର୍ଷ ଛାତ୍ରୀ ୨୧ ବର୍ଷୀୟ ନିକିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନୁହ କଂଗ୍ରେସ ବିଧାୟକ ଅଫତାଵ ଅହମଦଙ୍କ ସମ୍ପର୍କୀୟ ଭାଇ ତୌସିକଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଛି। ତୌସିକ ପୋଲିସ ହେପାଜତରେ ସ୍ୱୀକାର କରିଛି ଯେ ସେ ମିର୍ଜାପୁର ଦେଖିବା ପରେ ନିକିତାଙ୍କ ହତ୍ୟା ଯୋଜନା କରିଥିଲା। ତୌସିକ ନିକିତାଙ୍କୁ ବିବାହ କରିବାକୁ ଚାହୁଁଥିଲା। ସେଥିପାଇଁ ସେ କଲେଜ ବାହାରେ ନିକିତାଙ୍କୁ ନେଇଯିବା ପାଇଁ ଅପେକ୍ଷା କରିଥିଲା। ନିକିତା କଲେଜରୁ ବାହାରିବା କ୍ଷଣି ତୌସିକ ତାଙ୍କୁ ଜୋର ଜବରଦସ୍ତ କାରରେ ବସାଇବାକୁ ଚେଷ୍ଟା କରିଥିଲା। ନିକିତା ବିରୋଧ କରିବାରୁ ତୌସିକ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

{"id":354272,"sizeSlug":"large"}

ଗୁରୁବାର ଦିନ ଦୁଇ ଅଭିଯୁକ୍ତ ତୌସିକ ଓ ରେହାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହା ପୂର୍ବରୁ ପୋଲିସ ଦୁଇଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ରଖିଥିଲା। ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ଗାଡି ମଧ୍ୟ ପୋଲିସ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.