Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହିଂସା ଛାଡିଲା ଦୁର୍ଦ୍ଦାନ୍ତ ଉଗ୍ରବାଦୀ ସଙ୍ଗଠନ ‘ନିକି ଗ୍ରୁପ୍’, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ରାଜି

9/09/2021 at 9:44 AM

ନୂଆଦିଲ୍ଲୀ, ୦୯।୦୯ :  ନାଗାଲାଣ୍ଡରେ କେନ୍ଦ୍ର ସରକାରଙ୍କ ବଡ ସଫଳତା । ନାଗାଲାଣ୍ଡରେ ସକ୍ରିୟ ଥିବା ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ ଇଣ୍ଡିଆର ନିକି ଗ୍ରୁପ ଅସ୍ତ୍ରବିରତ୍ତି ରାଜିନାମାରେ ସ୍ୱାକ୍ଷର କରିଛି । ଏହି ବୁଝାମଣା ୨୦୨୧ ଡିସେମ୍ବର ୮ ତାରିଖରୁ ଲାଗୁ ହେବ । ଯାହାର ଅବଦ୍ଧି ରହିବ ୧ ବର୍ଷ ।

ଏହି ବୁଝାମଣା ସହ ନିକି ଗ୍ରୁପର ୨୦୦ରୁ ଅଧିକ ସଦସ୍ୟ ୮୩ଟି ଅସ୍ତ୍ରଶସ୍ତ୍ର ଧରି ଶାନ୍ତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଏହାପୂର୍ବରୁ ଏନଏସସିଏନ(ଆଇଏମ) ସହ ଫ୍ରେମଓ୍ୱାର୍କ ଏଗ୍ରିମେଣ୍ଟ ସ୍ୱାକ୍ଷର କରିଥିଲେ । ସେହିପରି ଏନଏସସିଏନ(ଏନକେ), ଏନଏସସିଏନ(ଆର) ଓ ଏନଏସସିଏନ(କେ) ଅସ୍ତ୍ରବିରତ୍ତି ରାଜିନାମାରେ ସ୍ୱାକ୍ଷର କରିଥିଲେ ।

୨୦୧୯ ଅଗଷ୍ଟରେ ତ୍ରିପୁରାର ଉଗ୍ରବାଦୀ ସଙ୍ଗଠନ ଏନଏଲଏଫଟି(ଏସଡି) ସହ କେନ୍ଦ୍ର ବୁଝାମଣା କରିଥିଲା । ଫଳରେ ୮୮ କ୍ୟାଡର ୪୪ ଅସ୍ତ୍ର ସହ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଥିଲେ । ୨୦୨୦ରେ ବୋଡୋ ଏଗ୍ରିମେଣ୍ଟ ହୋଇଥିଲା  । ଏଥିରେ ୨୨୫୦ରୁ ଅଧିକ ଉଗ୍ରବାଦୀ ୪୨୩ ଅସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ ।

ସେହିପରି ଚଳିତବର୍ଷ ଫେବ୍ରୁଆରୀ ୨୩ରେ ଆସାମର କାର୍ବି ସମୁହ ୧୦୪୦ରୁ ଅଧିକ ନେତା ଓ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଥିଲା । ଯାହାପରେ ସେପ୍ଟେମ୍ବର ୪ରେ କାର୍ବି-ଆଙ୍ଗଲୋଗ ବୁଝମାଣରେ ସ୍ୱାକ୍ଷରିତ କରାଯାଇଥିଲା ।  

   Related Posts