ଦୁଇ ମାସ ପରେ ନିଖୋଜ ନାବାଳିକା ଉଦ୍ଧାର, ଗିରଫ ପରେ ଅପହରଣକାରୀଙ୍କୁ କୋର୍ଟ ଚାଲାଣ
23/02/2021 at 2:11 PM

ଚଣ୍ଡିଖୋଲ ୨୩।୦୨: ପୋଲିସକୁ ସଫଳତା । ପରିବାର ମୁହଁରେ ଫୁଟିଲା ହସ । ଡିସେମ୍ବରରୁ ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କଲା ପୋଲିସ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା କୋଲଣଗିରି ଗାଁର ଜଣେ ନାବାଳିକା ନିଖୋଜ ହୋଇଥିଲା । ଗତ ଡିସେମ୍ବର ମାସରୁ ଏହି ୧୬ବର୍ଷର ନାବାଳିକା ଜଣଙ୍କ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା ।

ଗତକାଲି ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନ ପରିସରରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହାସହ ଅପହରଣକାରୀ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ତେବେ ଗିରଫ ଯୁବକ ହେଲେ କୁଞ୍ଜିଆ ମଲିକ । ସେପଟେ ବାଲିଚନ୍ଦ୍ରପୁର ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରିଛି । ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।