୧୩ବର୍ଷର ନାବାଳକକୁ ଗଳା ଚିପି ହତ୍ୟା, ଘର ଠାରୁ ୨୦କିମି ଦୂରରେ ମିଳିଲା ମୃତଦେହ

Published By : Prameya-News7 Bureau | March 14, 2020 IST

ଜୟପୁର ୧୪।୦୩: ୧୩ବର୍ଷର ଶିଶୁକୁ ଗଳା ଚିପି କରି ହତ୍ୟା କରାଯାଇଛି । ରାମନଗରିଆ ଅଞ୍ଚଳରେ ଥିବା ବିଜ୍ଞାନ ନଗରରୁ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ମୃତ ଶିଶୁ ମାଳପୁରା ଅଞ୍ଚଳରେ ବାସ କରୁଥିବା ଶଙ୍କରଲାଳଙ୍କ ପୁଅ ନୀତିନ ବୋଲି ଜଣାପଡିଛି । ସେ ୮ମ ଶ୍ରେଣୀରେ ପାଠ ପଢୁଥିଲା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସଂଧ୍ୟା ସମୟରେ ନିଜର ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରିଯାଇଥିଲା । ଏବଂ ବହୁ ସମୟ ଧରି ଫେରିନଥିଲା । ପରିବାର ପକ୍ଷରୁ ଖୋଜଖୋଜି ଆରମ୍ଭ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ପକ୍ଷରୁ ଥାନାରେ ଅପହରଣ ମାମଲା ରୁଜୁ କରାଯାଇଥିଲା । ପୋଲିସ  ମାମଲା ଆଧାରରେ ବହୁ ଖୋଜଖୋଜି ଆରମ୍ଭ କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶନିବାର ଦିନ ସକାଳ ସମୟରେ ବିଜ୍ଞାନ ନଗରରୁ ଜଣେ ଶିଶୁର ଶବ ପଡିଥିବା ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ବ୍ୟତୀତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଯୋଗାଡ କରିବାରେ ଲାଗିଛି ।ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛିଯେ, ଶିଶୁର ତଣ୍ଟି ଚିପି ହତ୍ୟା କରାଯାଇଛି । ମୃତ ଶିଶୁଙ୍କ ଘରର ୨୦କିମି ଦୂରରୁ ଶବ ଜବତ କରାଯାଇଛି ।

{"id":238332,"sizeSlug":"large"}

ସେପଟେ ମୃତ ଶିଶୁଙ୍କ ବାପାଙ୍କ ଅନୁଯାୟୀ, ନିଖୋଜ ପୁଅର ପତ୍ତା ପାଇବା ପାଇଁ ସାଙ୍ଗମାନଙ୍କ ସହ ପରିବାର ଲୋକ ସମ୍ପର୍କ କରିଥିଲେ । ସାଙ୍ଗମାନେ ଶେଷଥର ନୀତିନଙ୍କ ତାର ଭିଣୋଇ ନେଇକି ଯାଉଥିବାର ଦେଖିବାକୁ ପାଇଥିଲୁ ବୋଲି କହିଥିଲେ । ଧଳ ରଙ୍ଗର କାର୍‌ରେ ଉଭୟ ଚାଲିଯାଇଥିଲେ । ପରିବାର ଲୋକ ଭଣୋଇ ମହେନ୍ଦ୍ର ସହ କଥା ହୋଇଥିଲେ । ଏବଂ ନୀତିନ ବିଷୟରେ ତଥ୍ୟ ମାଗିଥିଲେ । କିନ୍ତୁ ଭିଣୋଇ କହିଥିଲେ ଯେ, ସଂଧ୍ୟା ପର୍ଯ୍ୟନ୍ତ ନୀତିନ ତାଙ୍କ ସହିତ ଥିଲା । ତାପରେ ସେ କେଉଁଆଡେ ଗଲା ମୁଁ ଜାଣିନାହିଁ । ଏହାପରେ ନୀତିନ ବିଷୟରେ ମୁଁ କୌଣସି ଖବର ନେଇନାହିଁ । ତେବେ ପୋଲିସ ସନ୍ଦେହ ଘେରରେ ମହେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅର୍ଥ କାରବାର ନେଇ ନୀତିନକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.