Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ନିଖୋଜ ନାବାଳକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

5/02/2020 at 4:18 PM

ବଲାଙ୍ଗୀର ୦୫।୦୨: ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସିଲେଟକାନୀ ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ସିଲେଟକାନି ଗାଁର ଉଗ୍ରେସନ ବଗର୍ତ୍ତିଙ୍କ ପୁଅ ବାବୁଲାଲା ବଗର୍ତ୍ତି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସିଲେଟକାନି ଗାଁ ର ଉଗ୍ରସେନ ବଗର୍ତ୍ତିଙ୍କ ୧୧ ବର୍ଷିୟ ପୂଅ ବାବୁଲାଲ ବଗର୍ତ୍ତି ଗତ ମାସ ୨୨ ତାରିଖରେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ସହ  ଦେଓଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ନିଖୋଜ ମାମଲା ରୂଜୂ କରିବା ସହ ଛାନଭିନ ଆରମ୍ଭ କରିଥିଲା । ସେପଟେ ମଙ୍ଗଳବାର ଦିନ ଗାଁ ମୁଣ୍ଡରେ ଗୋଟିଏ କଟା ଗୋଡ ମିଳିଥିବା ବେଳେ ବୁଧବାର ଦିନ ସମ୍ପୁର୍ଣ୍ଣ ମୃତଦେହ ଉଦ୍ଧାର  କରାଯାଇଛି । ତେବେ କିଏ ଓ କାହିଁକି ଏଭଳି ଘଟଣା ଘଟାଇଛି ? ତାହା ବହୁ ପ୍ରଶ୍ନ ସୃଷ୍ଟି କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।  ସାଇଣ୍ଟିଫିକ ଟିମ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି । ପୋଲିସ  ମୃତଦେହକୁ  ପୋଷ୍ଟର୍ଟମ ପାଇଁ ପଠାଇଛି ।  

   Related Posts