୯ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ, ହତ୍ୟା ଅଭିଯୋଗରେ ୫ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | November 07, 2021 IST

ଲମତାପୁଟ, ୦୭/୧୧: ଦୀର୍ଘ ୯ ମାସ ପରେ ମିଳିଲା ମୃତଦେହ । ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଲମତାପୁଟ ପାଡୁଆ ଅଞ୍ଚଳରେ ।

ସୂଚନାନୁସାରେ, ଲମତାପୁଟ ଥାନା ଅନ୍ତର୍ଗତ ଡୁମୁରିବାରି ଗ୍ରାମର ଦାସ ହେନ୍ତାଳ ଗତ ୯ ମାସ ଧରି ନିଖୋଜ ଥିଲେ । ତାଙ୍କର କୌଣସି ପତ୍ତା ମିଳୁନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିଲା । ତେବେ ଦୀର୍ଘ ୯ ମାସ ପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ ପରିବାର ଲୋକେ ଓ ପୋଲିସ।

ତେବେ ରବିବାର ଦାସଙ୍କର କଙ୍କାଳ ଉଦ୍ଧାର ହୋଇଛି ।  ପାଡୁଆ ପୋଲିସ କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶିବ ଖରା  ସହ ୫ ଜଣଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.