କରୋନା ଭାଇରସରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ନିଖିଲ ଦ୍ବିବେଦୀ : ରହିଛନ୍ତି ହୋମ୍ କ୍ବାରେଣ୍ଟାଇନରେ

Published By : Prameya-News7 Bureau | November 20, 2020 IST

ମୁମ୍ବାଇ ୨୦/୧୧: କରୋନା ଭାଇରସ୍ ନିଜ କାୟା ବିସ୍ତାର କରି ଚାଲିଥିବାବେଳେଏବେ ବଲିଉଡର ପ୍ରସିଦ୍ଧ ଅଭିନେତା ଏବଂ ନିର୍ମାତା-ନିର୍ଦେଶକ ନିଖିଲ ଦ୍ବିବେଦୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

{"id":364921,"sizeSlug":"large"}

ନିକଟରେ ନିଖିଲ ଦ୍ବିବେଦୀ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ସେ ନିଜର କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରଠୁ ତାଙ୍କୁ ଘରେ କ୍ବାରେଣ୍ଟାଇନ୍ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ତାଙ୍କ ପତ୍ନୀ ଗୌରୀ ପଣ୍ଡିତଙ୍କ ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା।

{"id":364922,"sizeSlug":"large"}

ଗୌରୀ ପଣ୍ଡିତଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିଛି। ନିଖିଲ ଦ୍ବିବେଦୀ କରୋନାରେ ସଂକ୍ରମିତ ହେବାର ସୂଚନା ଦେଇଥିଲେ।

{"id":364923,"sizeSlug":"large"}

ନିଖିଲ ବଲିଉଡରେ ୨୦୦୮ମସିହାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ମାଇ ନେମ୍ ଇଜ ଆନ୍ଥୋନି ଗନସାଲଭିସ୍ ଥିଲା। ଏହି ଫିଲ୍ମରେ ନିଖିଲ ଦ୍ବିବେଦୀ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମ ପରେ ନିଖିଲ ଅନେକ ଫିଲ୍ମରେ କାମ କରିଥିଲେ କିନ୍ତୁ ଅଭିନେତା ଭାବେ ତାଙ୍କର କ୍ୟାରିୟର ଏତେ ଖାସ୍ କମାଲ୍ ନଥିଲା। ଏହା ପରେ ସେ ନିର୍ମାତା ଭାବେ ବଲିଉଡରେ କାମ କରିଥିଲେ।

{"id":364927,"sizeSlug":"large"}

ନିଖିଲ ଦ୍ବିବେଦୀ ଫିଲ୍ମ ବୀରେ ଦି ଓ୍ବେଡିଂ ଏବଂ ଦବଙ୍ଗ ୩ରେ ନିର୍ମାତା ଭାବେ କାମ କରି ସାରିଛନ୍ତି। ଶେଷ ଥର ସେ ହଂସଲ ମେହତାଙ୍କ ଓ୍ବେବ୍ ସିରିଜ ସ୍କାମ୍ ୧୯୯୨ରେ ନଜର ଆସିଥିଲେ। ଏହି ଓ୍ବେବ୍ ସିରିଜରେ ସେ ତ୍ୟାଗୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଦର୍ଶକ ତାଙ୍କ ଭୂମିକାକୁ ବହୁତ ପସନ୍ଦ କରିଥିଲେ। ନିଖିଲ ଦ୍ବିବେଦୀ ବହୁତ ଶୀଘ୍ର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି।

{"id":364928,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.