Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିମ୍ ଇଣ୍ଡିଆକୁ ଘାରିଲା ପ୍ରାୟୋଜକ ଚିନ୍ତା, ଭିଭୋ ପରେ ସାଥ୍ ଛାଡିପାରନ୍ତି କିଟ୍ ପାର୍ଟନର

29/06/2020 at 2:34 PM

ମୁମ୍ବାଇ : ଗୋଟିଏ ପଟେ କରୋନା ସଂକଟ ଅନ୍ୟପଟେ ପ୍ରାୟୋଜକ ଚିନ୍ତା ଟିମ୍‌ ଇଣ୍ଡିଆ ଲାଗି ବିସିସିଆଇ ବିଭିନ୍ନ ଆଡୁ ଚାପର ସମ୍ମୁଖୀନ ହୋଇଥିବା ଜଣାପଡିଛି।  ଗଲୱାନ ଗତିରୋଧ ଯୋଗୁ ଭିଭୋଙ୍କୁ ପ୍ରାୟୋଜକ  ରହିବେ କି ନା ତାହା ସ୍ପଷ୍ଟ ହୋଇ ପାରୁନଥିବା ବେଳେ ଏବେ କିଟ୍‌ ପାର୍ଟନର ନାଇକି ଅଧିକ ସମୟ ପାର୍ଟନର ରହିବେ କି ନା ସେ ନେଇ ମଧ୍ୟ ସନ୍ଦେହ ଉପୁଜିଲାଣି। 

ବିସିସିଆଇଙ୍କ ସହ ନାଇକିର ପାର୍ଟନରସିପ୍‌ ୨୦୦୬ ମସିହାରୁ ଜାରି ରହିଛି। କିଟ୍‌ ପାର୍ଟନର ଭାବେ ନାଇକି ୪ ବର୍ଷ ଲାଗି ୩୭୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କରିଥିଲା। ଯାହା ଆଗାମୀ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି। ତେବେ ନାଇକିକୁ ବିସିସିଆଇ ପାର୍ଟନର ରଖିବେ କି ନା ତାହା ବିସିସିଆଇଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। କରୋନା ଭାଇରାସ ମହାମାରୀ ଲାଗି କିଟ୍‌ର କାରବାର ସାରା ବିଶ୍ୱରେ ହ୍ରାସ ହୋଇଛି। ଗୁରୁତର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ନାଇକି ଏବେ ରିହାତି ସମୟ ଓ ରିହାତି ସମୟ ଲାଗି ନିୟମ କୋହଳ କରିବାକୁ ନିବେଦନ କରିଛନ୍ତି। ତେବେ ପ୍ରସଙ୍ଗରେ ବିସିସିଆଇ ନିରବ ରହିଛନ୍ତି।

ଲକଡାଉନ୍ କାଳରେ ଟିମ୍‌ ଇଣ୍ଡିଆର ୧୨ଟି ଅନ୍ତରାଷ୍ଟ୍ରୀୟ  ମ୍ୟାଚ୍‌ ବାତିଲ ହୋଇଛି। ଏଥିରେ ଦକ୍ଷିଣଆଫ୍ରିକାର ଭାରତ ଗସ୍ତ ସମେତ ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଓ ଜିମ୍ବାୱେ ଟୁର ଏଥିରେ ରଦ୍ଦ ହୋଇଛି। ତେବେ ଚୁକ୍ତି ଅନୁସାରେ ନାଇକି ପ୍ରତି ମ୍ୟାଚ୍‌ରେ ଖେଳାଳିଙ୍କୁ ପୋଷାକ, ଜୋତା ଓ ଅନ୍ୟ କ୍ରିଡା ସରଞ୍ଜାମ ଯୋଗାଇ ଦେଇଥାନ୍ତି। ଏହା ବାଦେ କମ୍ପାନୀ ଚୁକ୍ତି ମୁତାବକ ଅର୍ଥମଧ୍ୟ ପୈଠ କରିଥାନ୍ତି। ତେବେ ବିସିସିଆଇ ନାଇକିଙ୍କ ପତ୍ରର ଜାବା ଦେଇ ନଥିବାରୁ ଏବେ କିଟ୍‌ ପାର୍ଟନରଙ୍କୁ ନେଇ ଆଶଙ୍କା ଦେଖାଦେଇଛି।

   Related Posts